ମେଡିକାଲ କଲେଜ ପ୍ରତିଷ୍ଠା କ୍ରୀୟାନୁଷ୍ଠାନ କମିଟି ଘର ଘର ବୁଲିବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଆନ୍ଦୋଳନକୁ ଅଧିକ ଜୋରଦାର କରିବା ପାଇଁ କର୍ମକର୍ତ୍ତାମାନେ ଜିଲ୍ଲାର ସମସ୍ତ ପଞ୍ଚାୟତର ସରପଞ୍ଚ ଏବଂ ବ୍ଲକ ଅଧ୍ୟକ୍ଷମାନଙ୍କ ସହଯୋଗ ଲୋଡିଛନ୍ତି । ଏଥିସହିତ କ୍ରୀୟାନୁଷ୍ଠାନ କମିଟି ଏହି ଦାବି ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଘରକୁ ଘର ବୁଲିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଆସନ୍ତା ନଭମ୍ବେର ୨୯ତାରିଖରେ ଏକ ବଡ ଧରଣର ପ୍ରସ୍ତୁତି ବୈଠକ କରାଯିବା ପାଇଁ ସ୍ଥିର ହୋଇଛି । ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଆବାହକ ଗୟାଧର ଧଳ, ଆଦିକନ୍ଦ ରାଉଳ, ଅମୀୟ ନାୟକ, ଭାଗିରଥୀ ଜେନା, ରାଜକିଶୋର ବିଶ୍ୱାଳ, ଅମର ପ୍ରସାଦ ରାଉତ, ବୈଷ୍ଣବ ସ୍ୱାଇଁ, ଗୋଲଖ ସେଠୀ, ଅଧ୍ୟାପକ ଗୋଲଖ ପ୍ରସାଦ ମହାଭୋଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ