ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତର ଦିନକ ପୂର୍ବରୁ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କନ୍ଧମାଳ ଜିଲ୍ଲା ଗସ୍ତର ଗୋଟିଏ ଦିନ ପୂର୍ବରୁ ଏକ ବଡଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ଏହି ମିଶ୍ରଣ ପର୍ବ ଅତୀତ ଦିନମାନଙ୍କରେ ହୋଇଥିବା ମିଶ୍ରଣ ପର୍ବଠାରୁ ସମ୍ପୂର୍ଣ ନିଆରା ଥିଲା, କାରଣ ସେହି ମିଶ୍ରଣ ପର୍ବରେ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ, ପୂର୍ବତନ ସାଂସଦ, ବିଧାୟକ ସରପଞ୍ଚ ଚେୟାମ୍ୟାନ ମାନେ ଦଳ ଅଦଳବଦଳ କରୁଥିଲେ । ହେଲେ ଫୁଲବାଣୀ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ବିଜୁୁ ଜନତା ଦଳ ତରଫରୁ ଅନୁଷ୍ଠିତ ହେବାକୁ ଥିବା ମିଶ୍ରଣ ପର୍ବରେ ଏକାଥରେ ଫୁଲବାଣୀ ବାର ଆସୋସିଏସନର ୨୬ ଜଣ ଆଇନଜୀବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସ୍ୱତ ପ୍ରବୃତ୍ତ ଭାବେ,ପଞ୍ଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, ଛାତ୍ର ସଭାପତି ସୁନିଲ ସେଠୀ, ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଦଳରେ ନୂତନ ଭାବେ ଯୋଗଦାନ କରିଥିବା ଆଇନଜୀବୀ ମାନଙ୍କୁ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ବିଧାୟକ ଅଙ୍ଗଦ କହଁର ସେମାନଙ୍କୁ ବିଜୁ ଜନତା ଦଳର ଦଳୀୟ ଚି଼ହ୍ନ ଥିବା ଉପଢୌକନ ଦେଇ ସ୍ୱାଗତ କରିବା ସହିତ ଜିଲ୍ଲା ବିଜୁ ଜନତା ଦଳରେ ସାମିଲ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଓ ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ଉପସ୍ଥିତି ରହି ଦଳରେ ନବାଗତ ସମସ୍ତ ଆଇନଜୀବୀ ମାନଙ୍କୁ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ