ବିଜେଡି ଟିକେଟ ବଣ୍ଟନରେ ବିଳମ୍ବ ,ରାଜନୀତି ସରଗରମ୍ ଚର୍ଚ୍ଚାରେ ଆଶାୟୀ ବିଧାୟକ
ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍): ଅନୁଗୋଳ ଜିଲ୍ଲା ଓ ୫ ବିଧାନସଭ ଆସନରେ ବିଜେପି ଓ କଂଗ୍ରେସ ଦଳପକ୍ଷରୁ ଏକରକମ ପ୍ରାର୍ଥୀ ତାଲିକା ଘୋଷଣା ସଦ୍ୟ ସମାପ୍ତ ହୋଇଥିବାବେଳେ ବିଜେଡି ତରଫରୁ କିଏ ପ୍ରାର୍ଥୀ ହେବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ବିଶେଷ ସୂଚନା ମୁତାବକ ଜିଲ୍ଲାର ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଚର୍ଚ୍ଚାଜୋର ଧରିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟବେକ୍ଷକ ମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କୁହାଯାଉଛି । ବିଜେପି ଓ କଂଗ୍ରେସ ପୂର୍ବ ନିର୍ବାଚନରେ ପରାଜୟ ସ୍ୱୀକାର କରିଥିଲେମଧ୍ୟ ଏଥର ଜିତିବାକୁ ଏକରକମ ଅଣ୍ଟା ଭିଡିଛନ୍ତି ।ବିଜେପି ଓ କଂଗ୍ରେସ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ କୋଳେଇ ନେବାରେ ବ୍ୟସ୍ତ ଅଛନ୍ତି ଓ ବିଜେଡି ମଧ୍ୟ ବିରୋଧୀଙ୍କ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ନିଜ ଆଡ଼କୁ ଆକ୍ରୃଷ୍ଟ କରିବା ପାଇଁ ଚେଷ୍ଟ କରିବ ।ନୂଆ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ବେଶୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ନିର୍ବାଚନରେ ବିଜେଡି ଟିକେଟରେ ଜିତିଥିବା ବିଧାୟକ ତଥା ଅନୁଗୋଳରୁ ବିଧାୟକ ରଜନୀକାନ୍ତ ସିଂ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଓ ପାଲଲହଡ଼ା ବିଧାୟକ ମହେଶ ସାହୁ ପ୍ରମୁଖ ରହିଛନ୍ତି । ତେବେ ନୂଆ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବା ଆଶାରେ ରହିଥିବା ଜଣାପଡ଼ିଛି । ସେହିପରି ଢ଼େଙ୍କାନାଳ ଲୋକସଭାଆସନ ପାଇଁ ସୁଧିର କୁମାର ସାମଲ ମଧ୍ୟ ଆଶାୟୀ ଥିବା ଚର୍ଚ୍ଚାଜୋର ଧରିଛି । ତେବେ ବିଜେଡି ସୁପ୍ରିମୋ କାହାକୁ ଟିକେଟ ଦେବେ ଦେଖିବାକୁ ବାକି ରହିଲା ।