ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ନେଉଳିଆ ଗଳି ପୋଲ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଧାମନଗର ଥାନା ଦୋବଲ ନିକଟ ବେଳମଳା ଗ୍ରାମର ତାପସ ଦେହୁରୀ ରାତି ପ୍ରାୟ ୧୧ଟା ସମୟରେ ଓଡ଼ି୨୨ଏସ୮୯୯୯ ମୋଟରସାଇକେଲରେ ଘରକୁ ଫେରୁଥିଲେ। କୌଣସି କାରଣ ବଶତଃ ଡାହାଲା ଆଡକୁ ଯାଉଥିବା ବେଳେ ରାଜପଥରେ ନିର୍ମାଣାଧୀନ ପୋଲ ସହିତ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା। ଫଳରେ ଦୁର୍ଘଟଣା ଯୋଗୁ ଯୁବକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଭଣ୍ଡାରିପୋଖରୀ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ୩୭୩/୨ରେ ମାମଲା ରୁଜୁ କରିଛି।