ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ ଓ ଅବସର ସମ୍ବର୍ଦ୍ଧନା ସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ହାଟଡିହି ବ୍ଲକର ଦ୍ୱିତୀୟ ସାମ୍ବିଧାନିକ ସମ୍ମଳନୀ ଓ ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାର୍ବତୀ ମଧ୍ୟ ଇଂରାଜି ବିଦ୍ୟାଳୟ ବେତିରା ପରିସରରେ ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା, ଏବିଇଓ ଧନେଶ୍ୱର ଖଣ୍ଡେଇ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀକାନ୍ତ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଂଘର ଉପ ସଭାପତି କିଶୋର ମହାରଥି, ରାଜ୍ୟ ସହ ସମ୍ପାଦକ ଅଶୋକ କୁମାର ରାଉତ, ଖୋର୍ଦ୍ଦାର ଜିଲ୍ଲା ସମ୍ପାଦକ ସୁଦର୍ଶନ ସ୍ୱାଇଁ, ସହ ସମ୍ପାଦକ ମାଧବାନନ୍ଦ ପଣ୍ଡା, ହାଟଡିହି ବ୍ଲକ ଉପସଭାପତି ମହେନ୍ଦ୍ର କୁମାର ଶାସିନି, କେନ୍ଦୁଝର ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଯୋଗଦେଇ ଶିକ୍ଷକ ସଂଘର ବିଭିନ୍ନ ସମସ୍ୟା ଓ ଶିକ୍ଷକ ଏକତା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ରାଜ୍ୟ ସମ୍ପାଦକ ବିନୋଦ ବିହାରୀ ରାଉତ ପତାକା ଉତ୍ତୋଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ବ୍ଲକର ବିଭିନ୍ନ ସ୍କୁଲରୁ ଅବସର ନେଇଥିବା ଶିକ୍ଷକ ଶରତ ଜେନା, ନିତ୍ୟାନନ୍ଦ ପାଣିଗ୍ରାହୀ, ବୈଷ୍ଣବ ଚରଣ ବାରିକ, ନନ୍ଦ କିଶୋର ଜେନା, ବିନୋଦ ବିହାରୀ ବେହେରା, ବାସୁଦେବ ରାଉତ, ଅନାଦି ଚରଣ ବେହେରା, ସୁପ୍ରଭା ଆଚାର୍ଯ୍ୟ. ବିଜୟ କୁମାର ଜେନା, ତ୍ରଲୋକ୍ୟ ବିହାରୀ ସାହୁ, ବିନୋଦ କୁମାର ରାଉତ, ହୃଷିକେଶ ମିଶ୍ର, ନିରଞ୍ଜନ ସ୍ୱାଇଁ, ଜଳଧର ଜେନା, ବର୍ଷାରାଣୀ ବାରିକ, ଆଲୋକ ଚନ୍ଦ୍ର ବେହେରା, ଆନନ୍ଦ ଚନ୍ଦ୍ର ସାହୁ, ଜଗନ୍ନାଥ ବେହେରା, ବିନୋଦ କୁମାର ଦ୍ୱିବେଦୀ, ବସନ୍ତ କୁମାର ମହାନ୍ତି, ସୁରଥ କୁମାର ସାହୁ, ସୁରେନ୍ଦ୍ର କୁମାର ବଳ, ଚତୁର୍ଭଜ ପହି, ବିଶ୍ୱନାଥ ମିଶ୍ର, ଦୟାନିଧି ସାହୁ, ଅତୁଲ କୁମାର ରାଉତ, ସଂଯୁକ୍ତା ମହାପାତ୍ର, ନାରାୟଣ ମୁଖି, କୃଷ୍ଣଚନ୍ଦ୍ର ପାଗଳ, ଅଶୋକ କୁମାର ପଣ୍ଡା. ସଂଯୁକ୍ତା ମଲ୍ଲିକ, ରାମଚନ୍ଦ୍ର ମହାନ୍ତି ପ୍ରମୁଖ ୩୨ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯଇଥିଲା । ଶିକ୍ଷକ ମୋହନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ