ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପାଠପଢା ଠାରୁ ଆରମ୍ଭ କରି ଯାତାୟତ କରିବା ନିମନ୍ତେ ବିଭିନ୍ନ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି । ହେଲେ ଏହି ନିୟମକୁ ଗଜପତିରେ ଅମାନ୍ୟ କରାଯାଉଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ଆଦର୍ଶ ସ୍କୁଲକୁ ଛାତ୍ରଛାତ୍ରୀମାନେ ଦୈନିକ ଯିବା ଆସିବା ଲକ୍ଷ୍ୟ କରାଯାଇଛି । କିପରି ପଢିବେ ଏବଂ କେତେ ପରିମାଣର ବହି ନେବେ ସେନେଇ ମଧ୍ୟ ମାପଦଣ୍ଡ କରୁଛନ୍ତି । ହେଲେ ଏହା ଗଜପତି ଜିଲ୍ଲାରେ ଉଲଂଘନ ବା ବ୍ୟତିକ୍ରମ କରାଯାଉଥିବାର ଦେଖିବାକୁ ମିଳୁଛି । କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିପଦ ସଙ୍କୁଳ ଅବସ୍ଥାରେ ନିଜ ଗ୍ରାମ ଠାରୁ ସ୍କୁଲକୁ ଯାଉଥିବାର ଲକ୍ଷ୍ୟ କରାଯାଉଛି । ଗାଇଗୋରୁ କିମ୍ବା ଛେଳି ପୋଲ ଭଳି ଗାଡିରେ ଲଦାଯାଇ ନେଉଥିବା ଭଳି ଦୃଶ୍ୟ ପରିଲିକ୍ଷିତ ହୋଇଛି । ଏହି ଓଡିଶା ଆଦର୍ଶ ବିଦ୍ୟାଳୟ ୩ରୁ୪ ବର୍ଷ ହେଲା ସ୍ଥାପନ ହୋଇଥିଲେ ମଧ୍ୟ ହୋଷ୍ଟେଲର ସୁବିଧାନାହିଁ । ଏହାସହ ଗମନାଗମନ କରିବାପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ନଥିବାରୁ ସେମାନେ ବାଧ୍ୟତାମୂଳକ ପରିସ୍ଥିତିରେ ଯେ କୌଣସି ଯାନବାହାନ ସେହି ସ୍ଥାନଦେଇ ଯାତାୟତ କରୁଛି ସେଗୁଡିକ ଉପରେ ନିର୍ଭର କରୁଛନ୍ତି । ବାରମ୍ବାର ସହର ଏବଂ ଆଖପାଖ ଅଞ୍ଚଳ ଗୁଡିକରେ ଗମନାଗମନରେ ଯାନବାହାନ ସହୁ ଦୁର୍ଘଟଣାମାନେ ଘଟୁଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପ୍ରତି କାହାର ଦୃଷ୍ଟି ନାହିଁ । ଏହା ସହିତ ବିଭିନ୍ନ ଗ୍ରାମରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ସକାଶେ ବିଦ୍ୟାଳୟ ଥିବା ସ୍ଥାନର ମୁଖ୍ୟରାସ୍ତାକଡରେ ଯାତ୍ରୀବିଶ୍ରାମାଗାର ମଧ୍ୟ ବ୍ୟବସ୍ଥା ନାହିଁ । ଯଦ୍ୱାରା ସେମାନେ ଖରା, ବର୍ଷା, ଶୀତକାକରକୁ ସହ୍ୟକରି ଠିଆ ହୋଇ ବିଭିନ୍ନ ଯାନବାହାନ ସାହାଯ୍ୟରେ ଯାତାୟତ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ