ଗଜପତିରେ ୨ଦିନିଆ ବ୍ୟାଙ୍କ ଧର୍ମଘଟ, ବ୍ୟାଙ୍କ ସେବା ବ୍ୟାହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ତରଫରୁ ଦିଆଯାଇଥିବା ଦେଶବ୍ୟାପୀ ୨ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରାକୁ ନେଇ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଜି ଠାରୁ ବ୍ୟାଙ୍କ କର୍ମଚାରୀଙ୍କ ୨ଦିନିଆ ଧର୍ମଘଟ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଗଜପତି ଜିଲ୍ଲାର ସମସ୍ତ ବ୍ୟାଙ୍କ ବନ୍ଦ ରହିଥିବାର ଲକ୍ଷ୍ୟ କରାଯାଇଛି । ୟୁନାଇଟେଡ ଫୋରମ ପକ୍ଷରୁ ଆଜି ଭାରତ ବର୍ଷର ସମସ୍ତ ବ୍ୟାଙ୍କ ଗୁଡିକରେ ଧର୍ମଘଟ ଡାକରା ଦିଆଯିବା ଯୋଗୁଁ ସମସ୍ତ ବ୍ୟାଙ୍କର ସମସ୍ତକର୍ମଚାରୀ ଏହି ଧର୍ମଘଟରେ ଯୋଗଦେଇଥିବା ଯୋଗୁଁ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ସାଧାରଣଙ୍କ ବ୍ୟାଙ୍କ ସେବା ବ୍ୟାହତ ହୋଇଥିବାର ଦେଖିବାକୁ ମିଳିଛି । ସେହିପରି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିଛି । ସେମାନଙ୍କ ମୁଖ୍ୟ ଦାବୀ ଗୁଡିକରେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକୁ ଘରୋଇକରଣ ବନ୍ଦ କରିିବା, ବ୍ୟାଙ୍କଗୁଡିକୁ ସମିଶ୍ରଣକୁ ବନ୍ଦ କରିବା, ବ୍ୟାଙ୍କିଙ୍ଗ ସଂସ୍କାରକୁ ବଜାୟ ରଖିବା ଓ ବ୍ୟାଙ୍କି ଆଇନ ବିଲ୍ ୨୦୨୧କୁ ପ୍ରତ୍ୟାହାର କରିବା ନେଇ ଏହି ଧର୍ମଘଟ କରୁଥିବାର ଜଣାପଡିଛି । ଗଜପତି ଜିଲ୍ଲାର ସମସ୍ତ ପାରଳାଖେମୁଣ୍ଡି ମୁଖ୍ୟ ଶାଖା ସହ ଜିଲ୍ଲାର ସମସ୍ତ ଏସ୍ବିଆଇ ଶାଖା, ୟୁନିୟନ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, କାନରା ବ୍ୟାଙ୍କ ଆଦି ସମସ୍ତ ବ୍ୟାଙ୍କ ବନ୍ଦ ରହିଛି ।


