ବ୍ରହ୍ମପୁର ମହାନଗର ନିଗମର ହେବ ଭିତ୍ତିଭୂମିର ବିକାଶ
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାରଙ୍କ ୫ ଟି ଅନ୍ତର୍ଗତ ମୁକ୍ତା ଯୋଜନା ମାଧ୍ୟମରେ ସହରର ରୂପାନ୍ତିକରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ମଞ୍ଜୁରୀ ସକାଶେ ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ବ୍ରହ୍ମପୁର ମହାନଗର ନିଗମର ଜନସାଧାରଣ ମାନଙ୍କ ପକ୍ଷରୁ ବ୍ରହ୍ମପୁର ସହରର ଭିତ୍ତିଭୂମିର ବିକାଶ ନିମନ୍ତେ ଆବଶ୍ୟକୀୟ ଥିବା ୩୯୮ ଟି ପ୍ରକଳ୍ପ ପାଇଁ ୨୨ କୋଟି ୩୨ ଲକ୍ଷ ଟଙ୍କା ମଞ୍ଜୁର ଅନୁମୋଦନ ପାଇଁ ୫ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଅଛି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ସହରର ବହୁ ମହିଳା ଓ ବୁଦ୍ଧିଜିବୀ ମାନେ ଏ ସମ୍ତ ପ୍ରକଳ୍ପକୁ ମଞ୍ଜୁର କରିବା ନିମନ୍ତେ ଭିସି ମାଧ୍ୟମରେ ୫ ଟି ସଚିବଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ସରକାରଙ୍କ ମୁକ୍ତା ଯୋଜନା ଓ ବିଭିନ୍ନ ଯୋଜନା ଆନୂଖୁଲ୍ୟରେ ବ୍ରହ୍ମପୁର ସହରର ହୋଇଥିବା ବିକାଶ ସଂପର୍କରେ ପୂର୍ବତନ ମହିଳା କର୍ପରେଟର ସଂଘମିତ୍ରା ଦଳାଇ ଓ ଶାନ୍ତିପାତ୍ର ୫ ଟି ସଚିବଙ୍କ ସହ କଥା ହୋଇଥିଲେ । ଏବଂ ଆବଶ୍ୟକୀୟ ଥିବା ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିବା ନିମନ୍ତେ ଉଭୟ କହିଥିଲେ । ରାମଲିଙ୍ଗେଶ୍ୱର ପାର୍କ ସମେତ ସହରର ଆଲୋକୀକରଣ, ବସ୍ତି ବାସିନ୍ଦାଙ୍କ ନିମନ୍ତେ ପ୍ରଦାନ କରାଯାଇଥିବା ବିଭିନ୍ନ ସୁବିଧା ସହ ବ୍ରହ୍ମପୁର ର ହୋଇଥିବା ବିଭିନ୍ନ ବିକାଶ ସଂପର୍କରେ ବିଧାୟକ ଶ୍ରୀ ପଣ୍ଡା ଭିସି ମାଧ୍ୟମରେ ୫ ଟି ସଚିବଙ୍କୁ ଜଣାଇବା ସହ ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କୁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଥିଲେ । ରାମଲିଙ୍ଗେଶ୍ୱର ପାର୍କ ଯୋଗୁଁ ବ୍ରହ୍ମପୁର ସହର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେହିପରି ବେଢା ବନ୍ଧର ଉନ୍ନତିକରଣ କଲେ ଏହା ମଧ୍ୟ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ବିଧାୟକ ଶ୍ରୀ ପଣ୍ଡା ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ରହ୍ମପୁର ବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ୩୯୮ ଟି ପ୍ରକଳ୍ପର ଅନୁମୋଦନ ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିବେ ବୋଲି ଉପସ୍ଥିତ ଥିବା ଜନପ୍ରତିନିଧି ମାନଙ୍କୁ ସେ ପ୍ରତିଶୃତି ଦେଇଛନ୍ତି । ଏହା ସହିତ ଉପସ୍ଥିତ ଥିବା ମହିଳା ମାନଙ୍କୁ ବ୍ରହ୍ମପୁରରେ ଆଲୋକିକରଣ, ପାନୀୟ ଜଳର ସୁବ୍ୟବସ୍ଥା ସଂପର୍କରେ ୫ ଟି ସଚିବ ମହିଳା ମାନଙ୍କୁ ପଚାରି ବୁଝିଥିଲେ । ବ୍ରହ୍ମପୁର ମହାନଗର ନିଗମର ୧୩୩ ଟି ରାସ୍ତା ନିମନ୍ତେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ମଧ୍ୟ ସେ କହିଥିଲେ । ଏହି ଭିସି ରେ ବ୍ରହ୍ମପୁରେ ମହାନଗର ନିଗମର କମିଶନର ଡଃ ସିଦ୍ଦେଶ୍ୱର ବଳିରାମ ବନ୍ଦୋର, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ମେୟର କେ. ମାଧବୀଙ୍କ ସମେତ ବହୁ ମହିଳା, ଜନ ପ୍ରତିନିଧି ଓ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ ।


