କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ପାଇଁ ଆହ୍ୱାନ

ବାଲେଶ୍ୱର, (ସରୋଜ ପଣ୍ଡା) : ଜାତୀୟକରଣ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଙ୍ଘଙ୍କ ମିଳିତ ମଞ୍ଚ ‘ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସ’ର ଦୁଇଦିନିଆ ଧର୍ମଘଟ ବାଲେଶ୍ୱରରେ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଗତକାଲି ଭଳି ଶୁକ୍ରବାର ମଧ୍ୟ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ କର୍ମଚାରୀ ଓ ଅଫିସରମାନେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସମାବେଶରେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ପ୍ରତିନିଧି ପରମାନନ୍ଦ ଦେ, ପ୍ରଦୀପ କୁମାର ବେହେରା, ମାନସ କୁମାର ମହାପାତ୍ର, ରସାନନ୍ଦ ଦାସ, ହେମନ୍ତ ଭୂୟାଁ, କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ସୁଜୟ କୁମାର ଦାସ, ରବିନ୍ଦ୍ର ମହାକୁଡ଼, ଦେବବ୍ରତ ମିଶ୍ର, ପ୍ରଫୁଲ୍ଲ ପଣ୍ଡା, ରାଜକିଶୋର ବେହେରା ଓ ସୁଦର୍ଶନ ଜେନା ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାର ବ୍ୟାଙ୍କ ଘରୋଇକରଣ ପ୍ରସ୍ତାବକୁ ଦୃଢ଼ ନିନ୍ଦା କରିଥିଲେ । ଦେଶବାସୀଙ୍କ ସ୍ୱାର୍ଥରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟକୁ ସମର୍ଥନ ଜଣାଇ ବିଭିନ୍ନ ଗଣ ସଂଗଠନ, ସାମାଜିକ ସଂଗଠନ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନର କର୍ମକର୍ତ୍ତା ଅନ୍ତର୍ଯ୍ୟାମୀ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରେମରଞ୍ଜନ ପାତ୍ର, ବିକାଶ ଦାସ, ଗୋପାଳ ଚନ୍ଦ୍ର ଜେନା, ଯଶୋଦା ନନ୍ଦନ ଆସ, ଉମାକାନ୍ତ ଦାସ, ଶ୍ୟାମସୁନ୍ଦର ଜେନା, ବାଇଧର ସିଂ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ରମେଶ ଚନ୍ଦ୍ର ଜେନା, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଆଇନଜୀବୀ ନିରଞ୍ଜନ ପରିଡ଼ା, ଛାତ୍ରନେତା ପ୍ରଶାନ୍ତ ଦାସ ଓ କ୍ଷେତମଜଦୁର ନେତା ଯତୀନ ପାତ୍ର ପ୍ରମୁଖ ବିକ୍ଷୋଭ ତଥା ଗଣଧାରଣାରେ ଯୋଗଦେଇ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବିରୋଧରେ ଜନ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ । ଆସନ୍ତା ଫେବୃୟାରୀ ୨୩ ଓ ୨୪ ତାରିଖରେ ପ୍ରସ୍ତାବିତ ସର୍ବଭାରତୀୟ ଧର୍ମଘଟକୁ ବାଲେଶ୍ୱରରେ ସଫଳ କରିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତାମାନେ ଏହି ଅବସରରେ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ