କାର୍ ଓ ପିକ୍‌ଅପ୍ ଗାଡି ମୁହାଁମୁହିଁ ଧକ୍କା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ନଳାଘାଟ ଗ୍ରାମ ରାଜରାସ୍ତାରେ ଏକ କାର ଓ ପିକ୍‌ଅପ୍ ଗାଡି ମଧ୍ୟରେ ମୁହାଁମୁହଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ, ପୁରୀରୁ ରାୟଗଡା ଜିଲ୍ଲା ଅଭିମୁଖେ ଓଡି ୦୧ପି ୩୧୦୬ ନମ୍ବର ବିଶିଷ୍ଟ କାରଟି ଯାଉଥିବା ବେଳେ ଅପରପକ୍ଷରୁ ଗୋଟିଏ ପିକ୍‌ଅପ୍ ଗାଡି ବ୍ରହ୍ମପୁର ଅଭିମୁଖେ ଯାଉଥିଲା । କୌଣସି କାରଣରୁ ଦୁଇ ଗୋଟି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଥିଲା । ଘଟଣା ସମ୍ପର୍କରେ ଖବର ପାଇ ନଳାଘାଟ ଫାଣ୍ଡି ପୋଲିସ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ôଚ କାର ଚାଳକ ପିତବାସ ଦଳପତିଙ୍କ ସହ ଅନ୍ୟ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ । ତେବେ ଦୁର୍ଘଟଣାରେ କାହାରି ବିଶେଷ କ୍ଷତି ଘଟିନଥିଲେ ମଧ୍ୟ କାରଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପିକ୍‌ଅପ୍ ଗାଡିର ଚକା ସମ୍ପୂର୍ଣ୍ଣ ବାହାରି ପଡିଛି । ଅଡବା ଥାନା ପୋଲିସ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ