ଏନ୍ୱାଇକେ ତରଫରୁ ଦୌଡ,ସାଇକେଲିଂ ଓ ସ୍କିପିଙ୍ଗ ପ୍ରତିଯୋଗୀତା
ପାରଳାଖେମୁଣ୍ଡି: (ତାରିଣୀ ପ୍ରସାଦ ପଣ୍ଡା) : ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଦୈଡ, ସାଇକେଲିଂ, ସ୍କିପିଙ୍ଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ୩୦ଗୋଟି ଯୁବ ସଂଘର ୧୫୦ ଜଣଙ୍କୁ ନେଇ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କୀଡା କାର୍ଯ୍ୟକ୍ରମରେ ୧୦୦ମିଟର, ୨୦୦ ମିଟର ଦୈଡ, ସାଇକେଲିଂ, ସ୍କିପିଙ୍ଗ, ଆଦି ଇଭେଣ୍ଟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ କ୍ରୀଡା ଶିକ୍ଷକ କିଶୋର କୁମାର ସାମଲ, ପ୍ରଦୀପ କୁମାର ସାମଲ ଓ କିଶୋର ଚନ୍ଦ୍ର ମଲ୍ଲିକ ଉପସ୍ଥିତଥିଲେ । ଦୈଡକୁଦ ପ୍ରତିଯୋଗୀତା ପରେ ସଫଳତା ହାସଲ କରିଥିବା କ୍ରୀଡାବିତମାନଙ୍କୁ କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍ୱାଇକେର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋଷାଣୀ ବ୍ଲକର ଏନ୍ୱାଇକେର ସ୍ୱେଚ୍ଛାସେବୀ ବିନୋଦ କୁମାର ଗୌଡ ଏବଂ ସାଲାନି ଜଗପତିବାବୁ ଆୟୋଜନ କରିଥିଲେ । ସେହିପରି “କ୍ୟାଚ ଦା ରେନ, ହ୍ୱେର୍ ଆଣ୍ଡ ହ୍ୱେନ୍ ଇଟ ଫାଲସ ” କାର୍ଯ୍ୟକ୍ରମ ବର୍ଷା ଜଳକୁ କିପରି ଭାବେ ସଂରକ୍ଷଣ ସହ ପୁନଃବ୍ୟବହାର ଉପଯୋଗୀ ହୋଇପାରି ସେ ନେଇ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଥିବା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବର୍ଷା ଜଳକୁ ସଂଗ୍ରହ କରି କିପରି ସଂରକ୍ଷଣ କରିବା ଏବଂ ଏହି ସଂଗ୍ରହିତ ଜଳକୁ କିପରି ପୁନଃବ୍ୟବହାର କରିବା ଏ ନେଇ ଉପସ୍ଥିତ ଅତିଥି ବୃନ୍ଦ ନିଜ ନିଜର ମତାମତ ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥାପନା କରିଥିଲେ ।


