ଗୁମ୍ମାରେ ବିଜେଡ଼ିର ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗୁମ୍ମା ବ୍ଳକ ହେଉଛି କଂଗ୍ରେସ ଗଡ଼ ଭାବେ ଜଣାଶୁଣା। କଂଗ୍ରେସ ଗଡ଼ରେ ବିଜେଡ଼ିର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଚାଲିଛି ରଣକୌଶଳ।ରାଜ୍ୟ ସାଙ୍ଗଠନିକ ସମ୍ବାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକକୁ ତୃଣମୂଳ ସ୍ତରରେ ପହଁଚିବା ସହ ବିଜେଡ଼ି ଦଳକୁ ସୁଦୃଢ଼ କରିବା ପାଇଁ ଏକ ପ୍ରସ୍ତୁତି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୁମ୍ମା ସଦର ମହକୁମା କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରାଯାଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ତିରୁପତି ପାଣିଗ୍ରାହୀ, ବସନ୍ତ ପଣ୍ଡା, ସୂର୍ଯ୍ୟ ନାରାୟଣ ରାଜଗୁରୁ,ଲଷ୍ମୀ ପରିଛା, ଆପାରାଓ, ଜିଲ୍ଲା ପରିସଦ ସଭ୍ୟା ପ୍ରେମିକା ରଇତ, ଜେମ୍ସ ରାଇକା,ଏନାସ ଶବର ଓ ବିମଳ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଲୋକମାନଙ୍କ ନିକଟରେ ଦଳୀୟ କର୍ମୀ ଓ ନେତା ପହଞ୍ଚି କିଭଳି ଭାବେ ଅଧିକରୁ ଅଧିକ ନିକଟତର ହୋଇ ପାରିବେ।ବିଭିନ୍ନ ଜନ ହିତକର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଗୁରୁମନ୍ତ୍ର ଦେଇଥିଲେ ଡ଼ଃ ତିରୁପତି ପାଣିଗ୍ରାହୀ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ଆସାଇ ପ୍ରାଥି ଓ କର୍ମୀ, ସ୍ଥାନୀୟ ଜନ ପ୍ରତିନିଧି ଓ ଶତାଧିକ ବିଜେଡ଼ି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ସୁରେନ୍ଦ୍ର ପାଳ, ସନ୍ତୋଷ କୁମାର ଦଣ୍ଡେସେନା, କୋନେଶ୍ବ ଗୌଉଡ଼ ଓ ବାବୁନା ପାଣି ପରିଚାଳନା କରିଥିଲେ।


