ପ୍ରସ୍ତାବିତ ସର୍ବବୃହତ ଇସ୍ପାତ୍ କାରଖାନା ଓଡିଶାର ବିକାଶରେ ନୂଆ ଅଧ୍ୟାୟ ଖୋଲିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଠାରେ ଅଗ୍ରଣୀ ଇସ୍ପାତ୍ କମ୍ପାନି ଆର୍ସେଲର ମିତଲ ନିପନ୍ ଷ୍ଟିଲ୍‌(ଏଏମ୍‌ଏନ୍‌ଏସ୍‌) ଦ୍ୱାରା ୧.୦୨ ଲକ୍ଷ କୋଟି ଟଙ୍କାର ବୃହତ ପୁଞ୍ଜିନିବେଶରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଦେଶର ସର୍ବବୃହତ ଷ୍ଟିଲ ପ୍ଲାଂଟ୍ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଖୋଲିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆର୍ସେଲର ମିତଲ ନିପନ୍ ଷ୍ଟିଲର ୧.୦୨ ଲକ୍ଷ କୋଟି ଟଙ୍କାର ବୃହତ ପୁଞ୍ଜିନିବେଶ ସହ ପ୍ରସ୍ତାବିତ ବାର୍ଷିକ ୨୪ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପାଇଁ ଓଡ଼ିଶା ସରକାର ଆବଶ୍ୟକ ଅନୁମତି ମଞ୍ଜୁର କରିଥିବା ଜାଣି ଖୁସି ହେଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ କଳ୍ପନା ଏବଂ ଇସ୍ପାତ୍ ନୀତି ଦ୍ୱାରା ଏହି ବୃହତ କାରଖାନା କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଖୋଲିବ ଏବଂ ଯୁବପିଢିଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଭାରତ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପର୍ଯ୍ୟାୟରେ ଆର୍ସେଲର ମିତଲର ମୁଖ୍ୟ ଏଲ.ଏନ ମିତଲ ଏବଂ ଆଦିତ୍ୟ ମିତଲଙ୍କ ସହ ଆଲୋଚନା କରିବା ଅବସରରେ କେନ୍ଦ୍ରାପଡ଼ାରେ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମେ ୨୦୧୯ ଡିସେମ୍ବର ୧୪, ପରେ ୨୦୨୦ ଫେବୃୟାରୀ ୨୫, ୨୦୨୦ ଅଗଷ୍ଟ ୮ ଏବଂ ୨୦୨୧ ମାର୍ଚ୍ଚ ୨ ତାରିଖରେ ଆର୍ସେଲର ମିତଲର ମୁଖ୍ୟଙ୍କ ସହ କେନ୍ଦ୍ରମନ୍ତ୍ରୀ ବୈଠକ ହୋଇଥିଲା । ବୈଠକ ପରେ ପରବର୍ତୀ ପର୍ଯ୍ୟାୟରେ ଓଡ଼ିଶା ସରକାର ଏବଂ ଆର୍ସେଲର ନିପ୍ପନ ଷ୍ଟିଲ୍ ମଧ୍ୟରେ ଏହି ପ୍ଲାଂଟ ସ୍ଥାପନ ନେଇ ବୁଝାମଣା ପତ୍ର ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ୨୦୨୧ ଫେବୃୟାରୀ ମାସରେ କେନ୍ଦ୍ରାପଡ଼ା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଇସ୍ପାତ୍ କ୍ଷେତ୍ର ଜରିଆରେ ଜିଲ୍ଲାରେ ଶିଳ୍ପାୟନର ବିକାଶ କରିବା ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାରେ ଇସ୍ପାତ୍ କ୍ଷେତ୍ରରେ ପୁଞ୍ଜନିବେଶ ଆଣିବା ପାଇଁ ସକ୍ରିୟ ଭାବରେ ଶିଳ୍ପ ନେତୃତ୍ୱ ମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଇସ୍ପାତ୍ ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ରାଜ୍ୟରେ ଇସ୍ପାତ୍ କ୍ଷେତ୍ରରେ ଅଭୁତପୂର୍ବ କାର୍ଯ୍ୟ ସମ୍ପନ୍ନ ହୋଇଛି ଏବଂ କ୍ରିୟାନ୍ୱୟନ ମଧ୍ୟ ହେଉଛି । ଯଦ୍ୱାରା ଏହି କ୍ଷେତ୍ରରେ ଅନେକ ସମ୍ଭାବନା ତିଆରି ହୋଇଛି । ଇସ୍ପାତ୍ ଶିଳ୍ପରେ ତାଙ୍କର ସକ୍ରିୟ ଯୋଗଦାନ ଫଳପ୍ରଦ ହୋଇଛି ଏବଂ କେନ୍ଦ୍ରାପଡ଼ା ସର୍ବବୃହତ ଇସ୍ପାତ୍ କାରଖାନା ପ୍ରତିଷ୍ଠା ସହ ବିକାଶର ନୂତନ ସକାଳର ସାକ୍ଷୀ ହେବା ଦିଗରେ ରହିଛି । ମୋଦି ସରକାରଙ୍କ ଇଜ୍ ଅଫ୍ ଡୁଇଂ ବିଜନେସକୁ ପ୍ରୋତ୍ସାହନ ଦେବା ଦ୍ୱାରା ବିଶ୍ୱ ବ୍ୟାଙ୍କର ଇଓଡିବି ତାଲିକାରେ ଭାରତର ଉନ୍ନତ ପ୍ରଦର୍ଶନ କରିଛି । ଏହି ପ୍ରଦର୍ଶନ ଦ୍ୱାରା ଭାରତରେ ବ୍ୟାପକ ପୁଞ୍ଜିନିବେଶର ପଥ ସୁଗମ ହୋଇଛି । ଏହା ଫଳରେ ଭବିଷ୍ୟତ ପାଇଁ ଅଧିକରୁ ଅଧିକ ଆର୍ôଥକ ସୁଯୋଗ ସୃଷ୍ଟି ହେବ । ଇସ୍ପାତ ଏବଂ ଖଣି କ୍ଷେତ୍ରରେ ଅନେକ ସଂସ୍କାର ପୂର୍ବ ଭାରତ ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବ ଏବଂ ଏହା ଦ୍ୱାରା ଓଡ଼ିଶା ବିଶେଷ ଭାବରେ ଲାଭବାନ ହେବ । ମାଇନ୍ସ ଏଣ୍ଡ ମିନେରାଲ୍ସ- ଡେଭଲପମେଂଟ୍ ଏଣ୍ଡ ରେଗୁଲେସନ(ଏମଏମଡିଆର) ଅଧିନିୟମରେ ସଂଶୋଧନ ; ଖଣିଜ ଦ୍ରବ୍ୟର ନିରନ୍ତର ଅନ୍ୱେଷଣ ଓ ଉତ୍ପାଦନକୁ ସୁଗମ କରିବ । ନୂତନ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ଉତ୍ପାଦନ ଏବଂ ନିଯୁକ୍ତିର ସୁଯୋଗ ମଧ୍ୟ ବୃଦ୍ଧି କରିବ । ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘୋଷଣା ହୋଇଥିବା ଢାଂଚାଗତ ସଂସ୍କାର ଏକ ସକରାତ୍ମକ ପରିବର୍ତନକୁ ତ୍ୱରାନ୍ୱିତ କରୁଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ