ଦେଓ ବୁଡି ଅଞ୍ଚଳ ରୁ ବିସ୍ଥାପନ କରି ପ୍ରଶାସନ ସହାୟତା ପ୍ରଦାନ କଲା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ହାତିବାରୀ ଠାରେ ନିର୍ମାଣ ଶେଷ ପର୍ଯ୍ୟାୟ ରେ ଥିବା ବହୁପ୍ରତିକ୍ଷୀତ ଦେଓ ମଧ୍ୟମ ନଦୀବନ୍ଦ ର ବୁଡି ଅଞ୍ଚଳ ର କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକ ଙ୍କୁ କରଞ୍ଜିଆ ଉପଖଣ୍ଡ ପ୍ରଶାସନ ଙ୍କ ନିଷ୍ପତ୍ତି କ୍ରମେ ତଥା ପ୍ରତ୍ୟକ୍ଷ ସହଯୋଗରେ ଗତକାଲି ଦେଓ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ବଡ଼ ରାମଚନ୍ଦ୍ରପୁର ଶ୍ୟାମଚନ୍ଦ୍ରପୁର ବୁଡିଗ୍ରାମରେ ପ୍ରକଳ୍ପର ସର୍ବାଧିକ ବୁଡିସ୍ତର ୪୧୨ ମିଟର ଭିତରେ ଏବେ ପର୍ଯ୍ୟାନ୍ତ ରହିଥିବା ୧୫+୧୫ ବାସଗୃହ ଓ ବିସ୍ଥାପିତ ପରିବାରଙ୍କୁ ଦଖଲ ଚ୍ୟୁତ କରି ବୁଡିଅଞ୍ଚଳକୁ ଖାଲି କରାଗଲା । ବିସ୍ଥାପିତ ପରିବାରଙ୍କୁ ନିଜର ଖାଦ୍ୟଶସ୍ୟ ରଖିବା ପାଇଁଁ ଆବଶ୍ୟକ ମତେ ଅଖା ଓ ଅନ୍ୟାନ୍ୟ ଉପକରଣକୁ ଅସ୍ଥାୟୀ ଭାବେ ଘୋଡେଇ ରଖିବା ପାଇଁଁ ପଲିଥିନ୍ ଯୋଗେଇ ଦିଆଯାଇଛି ତା ସହ ସମସ୍ତ ବିସ୍ଥାପିତଙ୍କୁ ମାଗଣା ରନ୍ଧା ଖାଦ୍ୟ ମଧ୍ୟ ଯୋଗେଇ ଦିଆହୋଇଛି । ପ୍ରକଳ୍ପ ଦ୍ୱାରା ବଡ଼ ରାମଚନ୍ଦ୍ରପୁର ଓ ବାଟପଳସା ଠାରେ ଅସ୍ଥାୟୀ ବାସଗୃହ ନିର୍ମାଣ ହୋଇଛି । କିନ୍ତୁ ଅଧିକାଂଶ ପରିବାର ନିଜ ନିଜ ବ୍ୟବସ୍ଥାରେ ରହିବାକୁ ଆଗ୍ରହ କରିଛନ୍ତି । ସମସ୍ତ ବିସ୍ଥାପିତଙ୍କୁ ଆଗାମୀ ତିନି ମାସ ପର୍ଯ୍ୟାନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା ଅଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉ କି ବିଗତ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ବୁଡିଗ୍ରାମ ହାତିବାରି ଓ ଦେବୀଗଡ଼ ଏବଂ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ସାନ ବାରାକାମୁଡ଼ା ଓ ପୁରୁଣାପାଣି କୁ ଦଖଲଚ୍ୟୁତ କରାଯାଇଛି । ଆଗାମୀ ତା.୨୨/୧୨/୨୦୨୧ ଦିନ ବାକି ଥିବା ବୁଡ଼ିଗ୍ରାମ ବଡ଼ ବାରାକାମୁଡ଼ା ଓ କଦଳୀବାଡି ରେ ଥିବା ବିସ୍ଥାପିତ ପରିବାରଙ୍କୁ ଦଖଲଚ୍ୟୁତ କରିବାକୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ଦିନଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦୀର୍ଘ ୩୨ ବର୍ଷ ହେବ ଏହି ପ୍ରକଳ୍ପ କାର‌୍ୟ୍ୟ ଚାଲୁଥିଲେ ମଧ୍ୟ ବିସ୍ଥାପନ ଓ ବିସ୍ଥାପିତ ଙ୍କ ବିରୋଧ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନଥିଲା । ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ସ୍ୱତନ୍ତ୍ର ଭୁଅର୍ଜନ ବିସ୍ଥାପନ ଓ ଥଇଥାନ ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିବା ପରେ । ଏକ ବର୍ଷ ରୁ ଅଧିକ ସମୟ ପାଞ୍ଚପିଢ଼ ଉପଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ନେବା ପରେ ଧୀରେ ଧୀରେ ସମସ୍ୟା ସମାଧାନ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏହି ପ୍ରୟାସ କୁ ବର୍ତମାନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରଜନୀକାନ୍ତ ବିଶ୍ୱାଳ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଏହି ପ୍ରକଳ୍ପ କୁ ଗୁରୁତ୍ୱ ଦେଇ ବାରମ୍ବାର ଦେଓ ଯନ୍ତ୍ରୀ, ସ୍ଥାନୀୟ ଜନସାଧାରଣ ଙ୍କ ସହିତ ବୈଠକ କରି ସମସ୍ତ ସମସ୍ୟା କୁ ସମାଧାନ କରିବାରେ ସଫଳ ହୋଇ ପ୍ରକଳ୍ପ କାର୍ଯ୍ୟ କୁ ଶେଷ ପର‌୍ୟ୍ୟାୟ ରେ ପହଞ୍ଚେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଦୁଇ ଅଧିକାରୀ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରଜନୀକାନ୍ତ ବିଶ୍ୱାଳ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସାଧାରଣ ଜନତା, ଅଞ୍ଚଳ ର ଚାଷୀ, ବୁଦ୍ଧିଜୀବୀ ସାଧୁବାଦ ଜଣେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ