ବିଜେପି ସଦର ଶାଖା ପକ୍ଷରୁ ବାଜପେୟୀ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :ସଦର ବିଜେପି କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗଙ୍ଗାଧର ରାଉତ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ପୂର୍ବତନ କାଉନସିଲର ଉପେନ୍ଦ୍ର ଶତପଥୀ, ଆଇନଜୀବୀ ବୈଲୋଚନ ଦାଶ, ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଆଇନଜୀବୀବିଜୟ ପାଣିଗ୍ରାହୀ, ଦୁକୁଲ ଘଡେଇ, ବିବେକାନନ୍ଦ ରାଉତ ପ୍ରମୁଖ ଏଥିରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ଆଦର୍ଶ ଓ ତାଙ୍କ ଶାସନକାଳରେ ଦେଶର ଅଦ୍ଭୁତପୂର୍ବ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଅଟଳଜୀଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ ଦେଶର ସର୍ବବୃହତ ତଥା ବିଶ୍ୱର ପଞ୍ଚମ ବୃହତ ଜାତୀୟ ରାଜପଥ ପ୍ରକଳ୍ପ ଭାବେ ମାନ୍ୟତା ପାଇଛି ବୋଲି ବକ୍ତାମାନେ କହିଥିଲେ । ସେହିଭଳି ୧୯୯୯ ମସିହାର ମହାବାତ୍ୟା ପରବର୍ତ୍ତୀ ଓଡ଼ିଶାର ପୁନର୍ବାସ କ୍ଷେତ୍ରରେ ପର୍ଯ୍ୟାପ୍ତ ସହଯୋଗ ରାଜ୍ୟ ପାଇଁ ଆଶୀର୍ବାଦ ଥିଲା ବୋଲି ସେମାନେ କହିଥିଲେ । ମୋଟ ଉପରେ ସ୍ୱାଧୀନ ଭାରତରେ ଅଦ୍ୟାବଧି ବାଜପେୟୀ ସରକାର ହିଁ ଦେଶବାସୀଙ୍କୁ ସୁଶାସନ ଦେଇପାରିଛି ବୋଲି ଏଥିରେ ସମସ୍ତେ ମତବ୍ୟକ୍ତ କରିଥଲେ ।ଏହି ଅବସରରେ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିଚାରଣ କରିବା ସଙ୍ଗେସଙ୍ଗେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳମାଧବ ଦାସ, ସୁଶାନ୍ତ ବର୍ଦ୍ଧନ, ନାରାୟଣ ଦତ୍ତ, ଲକ୍ଷ୍ମୀଧର ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ପର୍ଶୁ ମହାନ୍ତି, ଶ୍ରୀହରି ଶୁକ୍ଳା, ସଞ୍ଜୀବ ସାହୁ, ହେମନ୍ତ ମାସନ୍ତ, ବିନୟ ମହାରଣା, ଅନିମେଶ ଦେ, କୌସିକ ଚାନ୍ଦ, ଶ୍ରୀୟା ଦାସ, ନଗର ଉପ ସଭାନେତ୍ରୀ ସଂଯୁକ୍ତା ମହାପାତ୍ର, ସସ୍ମିତା ଶୁକ୍ଳା, ସୁକାନ୍ତି ଦେବ ଗୋସ୍ୱାମୀ, ମଧୁଶ୍ରୀ ମିଶ୍ର, ଜାନକୀ ମହାର୍ଣ୍ଣା, ଝରଣା ଦାସ, ସ୍ୱର୍ଣ୍ଣପ୍ରିୟା ନାଥ, ପବନ କମିଳା, ଦୁର୍ଗା ବେହେରା, ସେଖ ମିରାଜ, ବବଲୁ ମିଶ୍ର, ପ୍ରତାପ ପ୍ରଧାନ, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଏଥିିରେ ଉପସ୍ଥିତ ଥିଲେ ।


