ପ୍ରତାପ କୁମାର ମହାନ୍ତିଙ୍କ ବିୟୋଗରେ ଶୋକର ଛାୟା
ବାଲେଶ୍ୱର, (ସରୋଜ ପଣ୍ଡା) :ଗୋପାଳଗାଁର ଅମାୟିକ ତଥା ସୁଧାର ପ୍ରକୃତିର ବ୍ୟକ୍ତି ପ୍ରତାପ କୁମାର ମହାନ୍ତିଙ୍କର ଆକଳ ବିୟୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଶୁକ୍ରବାର ଅପରାହ୍ଣ ପ୍ରାୟ ୧ଟା ୩୦ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ଏକ ଅଜଣା ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ମାଆ, ୩ ଭାଇ, ୨ ଭଉଣୀ, ଭାଉଜ ଓ ପୁତୁରା ଝିଆରୀମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ଭାଇ ପ୍ରଦୀପ କୁମାର ମହାନ୍ତି ମୁଖାଗ୍ନି ଦେଇଥିଲେ । ବାପା ସ୍ୱର୍ଗତ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଚତୁର୍ଥ ତଥା କନିଷ୍ଠ ପୁତ୍ର ଥିଲେ ସେ ।


