ବିଜୁ ଜନତା ଦଳ ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ପ୍ରବାଦ ପୁରୁଷ ତଥା କଳିଙ୍ଗ ବିରପୁତ୍ର ବିଜୁବାବୁଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ରବିବାର ଦିନ ସାରା ଓଡ଼ିଶାରେ ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଅପରାହ୍ନ ୩ ଘଣ୍ଟା ସମୟରେ ଡେଙ୍ଗାଓସ୍ତାରେ ଏହି ଦିବସକୁ ମହା ସମାରୋହରେ ପାଳିତ କରାଯାଇଥିଲା । ବ୍ଲକ ବିଜେଡି ସଭାପତି ତଥା ଆଡପଡା ସରପଞ୍ଚ ନୀଳମାଧବ ରାଉତଙ୍କ ସଭାପତିତ୍ୱ ଏବଂ ସଂଯୋଜନାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ । ସେହିପରି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ, ସାଧାରଣ ସମ୍ପାଦକ ଅମିନ ପ୍ରଧାନ, ବିଜେଡି ବ୍ଲକ ଉପସଭାପତି ଧୋବା ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ତଥା ଆସିକା ସାସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ, ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ, ଯୁବନେତା ସନ୍ତୋଷ ବିଷୋୟୀ, ସମିତି ସଭ୍ୟ ତୋଫାନ ସ୍ୱାଇଁ , ବରିଷ୍ଠ ବିଜେଡି ନେତା ସୁବାଷ ମହାପାତ୍ର, ସୋମନାଥ ପାତ୍ର, ଟୁକୁନା ପ୍ରଧାନ, ବିଜୟ ପ୍ରଧାନ , ଜିଲ୍ଲା ପରିଷଦ ଶଙ୍କର୍ଷଣ ସ୍ୱାଇଁ ବିଜୟ କୁମାର ଭୂଆ ସମେତ ବହୁ ଦଳୀୟ କର୍ମୀମାନେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ଆୟୋଜିତ ସଭାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିସହ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ସଂଗଠନକୁ ଅଧିକରୁ ଅଧିକ ସୁଦୃଢ କରିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନନ୍ଦିନୀ ଦେବୀଙ୍କ ହାତ ମୁଠାକୁ ଟାଣ କରିବା ସକାଶେ ପ୍ରତ୍ୟେକ କର୍ମ ଏକତ୍ର ମନୋଭାବ ରଖି କାର୍ଯ୍ୟ କରିବା ସହ ବିପକ୍ଷ ଦଳ ବିରୋଧରେ ଲଢେ଼ଇ କରିବାକୁ ଆଲୋଚନା କରାଯାଇଥିଲା । ଏଥିସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ଯକୁ ଯେଭଳି ଗାଁ ଗାଁ ରେ ରହିଥିବା ଗରୀବ ଲୋକଙ୍କଠାରେ ପହଞ୍ଚି ପାରିବ ଏବଂ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରି ସେମାନଙ୍କୁ ଉପକୃତ କରାଇବା ପାଇଁ ଶପଥ କରିଥିଲେ । ଏହି ସଭାସ୍ଥଳରେ ବହୁ ସଂଖ୍ୟକ ଉର୍ଦ୍ଧ୍ବ ବିଜେଡି ସମର୍ଥକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ