ବଡରମ୍ପାସ ଶିଶୁ ଉଦ୍ୟାନ ଉଦଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ ) :ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ ନୁତନକରି ନିର୍ମାଣ କରାଯାଇଥିବା ଗ୍ରାମୀଣ ଶିଶୁ ଉଦ୍ୟାନ ଉଦଘାଟିତ ହୋଇଯାଇଛି । ସରପଞ୍ଚ କାବେରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଜିଲ୍ଲାପରିଷଦ ସୁରେନ୍ଦ୍ର କୁମାର ଜେନା, ବିଡିଓ ସୁଶୀ ବିନିତା ବିଜୟନୀ, ସମିତିସଭ୍ୟା ପ୍ରଭାତିଲତା ସୁତାର ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ଏହି ଶିଶୁ ଉଦ୍ୟାନକୁ ଉଦଘାଟନ କରି ଏହି ଶିଶୁ ପାର୍କଟି ଅତି ସୁନ୍ଦର ହୋଇଥିବାରୁ ଜିଲ୍ଲାର ଏକ ନମ୍ବର ସ୍ଥାନ ବଜାୟ ରଖିବ ବୋଲି ମତଦେବାସହ ଅନ୍ୟ ପଞ୍ଚାୟତରେ ଏହିପରି ଶିଶୁ ଉଦ୍ୟାନର ଆବଶ୍ୟକତା ରହିଛି ବୋଲି ମତଦେଇଥିଲେ । ଗ୍ରାମର ବୟସ୍କ ବ୍ୟକ୍ତିମାନେ ଏହି ପାର୍କରେ ବୁଲାବୁଲି କରିବା ସହିତ ନିୟମିତ ଶାରିରୀକ ବ୍ୟାୟାମ କରିପାରିବେ ଓ ଛୁଆମାନେ ଖେଳାଖେଳି କରି ଏହାର ମଜା ଉଠାଇବେ, ତେଣୁ ଏହି ପାର୍କର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରାମବାସୀମାନେ ନେବା ଉଚିତ ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ପାର୍କଟି ଅତି ସୁନ୍ଦର ଓ ମନୋମୁଗ୍ଧକର ହୋଇଥିବାରୁ ଏହା ଏ ଅଞ୍ଚଳବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଯିଛି ବୋଲି ବିଡିଓ ସୁଶ୍ରୀ ବିନିତା ବିଜୟିନୀ ମତଦେଇଥିଲେ । ଏକ ପରିତ୍ୟକ୍ତ ଖାଲୁଆ ଜମିକୁ ଅଳ୍ପ ଦିନ ଭିତରେ ଏତେ ସୁନ୍ଦର ମନୋରମ ପାର୍କରେ ପରିଣତ କରିପାରିଥିବାରୁ ବ୍ଳକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ସରପଞ୍ଚ କାବେରୀ ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ପଞ୍ଚାୟତର ବଳରାମ ସାହୁ, ଶ୍ରୀଧର ସାହୁ, ରବିନ୍ଦ୍ର ଜେନା, ଭୀମସେନ ପେରେଇ, ଚନ୍ଦ୍ର ଶେଖର ଜେନା, ବୁନୁ ପାତ୍ର, ସନ୍ତୋଷ ଜେନା, ନାରାୟଣ ବେହେରା, ୱାର୍ଡସଭ୍ୟ ସୁଜାତା ଦାସ, ଦେବେନ୍ଦ୍ର ଜେନା, ଉଦ୍ଧବ ଜେନା, ଦିଲ୍ଲୀପ ପାତ୍ର, ଗୋବିନ୍ଦ ସାହୁ, ଗଦାଧର ସ୍ୱାଇଁ, ମନ୍ମଥ ସ୍ୱାଇଁ, ନିରଞ୍ଜନ ସାହୁ, ସୁବାସ ସେନାପତି, ମହେଶ୍ୱର ସୁତାର, ଦାମ ଜେନା, ବିୋଶ୍ୱର ସୁତାର, ରଙ୍ଗାଧର ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବାବେଳେ ପିଇଓ ମହେଶ୍ୱର ସାହୁ, ଜିଆରଏସ ନିରଞ୍ଜନ ବାରିକ, କର୍ମଚାରୀ ଅଜୟ କୁମାର ବଳ, ସନ୍ତୋଷ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ