ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ପୀଠ ଠାରେ ଭଞ୍ଜନଗର ବ୍ଲକ୍ ଲେବୁଲ-ଭି (ଏକ୍ସକେଡ଼ର) ପ୍ରାଥମିକ ସଂଘ ତରଫରୁ ଆଜି ଅବସରପ୍ରାପ୍ତ ଗୋହରିବାଡ଼ି ପ୍ରାଥମିକ ବିଦ୍ୟାଳୟର ସହଶିକ୍ଷକ ଅଶୋକ କୁମାର ପ୍ରଧାନ ଏବଂ ଅବସରପ୍ରାପ୍ତ ସହ ଗୋଷ୍ଠି ଶିକ୍ଷାଧିକାରୀ ଜଗବନ୍ଧୁ ଜେନାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ମାନପତ୍ର, ପୁଷ୍ପଗୁଚ୍ଛ, ଉପଢ଼ୌକନ ସହ ପବିତ୍ର ଭାଗବତ ଗୀତା ବହି ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ସଂଘ ସଭାପତି ଏ. ସୀମାଂଚଳ ପାତ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବଡ଼କୋଦଣ୍ଡା ଜବାହାର ହାଇସ୍କୁଲ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଗଞ୍ଜାମ ଜିଲ୍ଲା ଏକ୍ସକେଡ଼ର ସଂଘର ସଭାପତି ତଥା ରାଜ୍ୟ-ଉପସଭାପତି ବିଷ୍ଣୁନାରାୟଣ ପଣ୍ଡା, ବରିଷ୍ଠ ଶିକ୍ଷକ ନେତା ତଥା ଗଞ୍ଜାମଜିଲ୍ଲା ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ରାଜ କୁମାର ସାହୁ, ଜାତୀୟ ସାଧନ କର୍ମୀ ନେତାଜୀ ବିଷୋୟୀ ଏବଂ ଭଞ୍ଜନଗର ଗୋଷ୍ଠି ଶିକ୍ଷା କାର୍ଯ୍ୟଳୟର ବରିଷଠ କର୍ମଚାରୀ ସୀମାଂଚଳ ପଟ୍ଟନାୟକ, ଚରିଞ୍ଜିବି ଦାସ, ଲଡ଼ୁ କିଶୋର ବେହେରା, ଶିବପ୍ରସାଦ ସ୍ୱାଇଁ, ସନ୍ତୋଷ କୁମାର ଅଧିକାରୀ, ସୁଶାନ୍ତ ମିଶ୍ର ଆଦି ଉପସ୍ଥିତ ଥିଲେ । ସଂଘର ଉପସଭାପତି ରବିନାରାୟଣ କର, ନିଗମାନନ୍ଦ ପ୍ରଧାନ, ପ୍ରଶାନ୍ତ ସୁବୁଦ୍ଧି, ଭାଲଚନ୍ଦ୍ର ମହାପାତ୍ର, ଗଣେଶ ପ୍ରଧାନ, ସୂର୍ଯ୍ୟନାରାୟଣ ମହାରଣା, ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀମତୀ ସବିତା ପ୍ରଧାନ, ବିଷ୍ଣୁ ନାୟକ, ପ୍ରତାପ ଚନ୍ଦ୍ର ଗୌଡ଼, ଅନିଲ କୁମାର ପାଣିଗ୍ରାହୀଙ୍କ ସହ ଭଞ୍ଜନଗର ବ୍ଲକର ବହୁଶିକ୍ଷକ / ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଶେଷରେ ଶିକ୍ଷକ ସଂଘର ସମ୍ପାଦକ ବିଶ୍ୱଜିତ ସ୍ୱାଇଁ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ