ବିଜେପିର ମିଶ୍ରଣ ପର୍ବ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଖୋଳାମୁହଁ ଠାରେ ବିଜେପି ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମଣ୍ଡଳ ସଭାପତି ମୁକୁନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ,ଜିଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ନିର୍ମଳ କର, ପ୍ରକାଶ ମହାପାତ୍ର, ଭୀମସେନ ନାୟକ, ଅମୂଲ୍ୟ କୁମାର ସେଠୀ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବତନ ସମିତି ସଦସ୍ୟ ତଥା ସମବାୟ ସମିତି ସଭାପତି ନୃସିଂହ ଚରଣ ଖିଲାର, ସୁରେନ୍ଦ୍ର ନନ୍ଦ, ଗୌରାଙ୍ଗ ଜେନା, ସୁନନ୍ଦ ଜେନା, ଶିବ ପ୍ରସାଦ ମହାପାତ୍ର, କମଳାକାନ୍ତ ନାୟକ, ଅଧର ଜେନା, ପରୀକ୍ଷିତ ପଣ୍ଡା, ଜିତେନ୍ଦ୍ର ନାୟକ, ବଳରାମ ସାହାଣୀ, ଅଶୋକ ଜେନା, ନୀଳମଣି ପରିଡା, ଶରତ ସାହୁ, କୁଶଳେଶ୍ୱର ନାଥ, ରଞ୍ଜନ ଦାସ, ରଞ୍ଜନ ବେହେରା, ସଞ୍ଜୟ ରାଉତ, ସୁକାନ୍ତ ସାହୁ ପ୍ରମୁଖ ସେମାନଙ୍କ ସମର୍ଥକ ମାନଙ୍କ ସହ ଶତାଧିକ କର୍ମୀ ଅନ୍ୟଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ।