ନିମପୁର ଶାସନ ଦଳିତ ବସ୍ତି ପକ୍ଷରୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ଗ୍ରାମପଞ୍ଚାୟତର ବାତ୍ୟା କଲୋନୀ ଦଳିତବସ୍ତିର ବାସିନ୍ଦାମାନେ ବିଭିନ୍ନ ସମସ୍ୟା ନେଇ ସୋମବାର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ସ୍ୱାଧୀନତାର ୭୪ବର୍ଷ ପରେବି ସେମାନଙ୍କ ଦଳିତବସ୍ତିକୁ ରାସ୍ତା ନଥିବା ବେଳେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଅଛନ୍ତି । ଅଙ୍ଗନୱାଡି କେନ୍ଦ୍ର ଟିଏ ମଧ୍ୟ ସେହି ବସ୍ତିରେ ନାହିଁ । ଏହିସବୁ ମୈାଳିକ ସୁବିଧା ସୁଯୋଗ ନଥିବାରୁ ସେହି ବସ୍ତି ବାସିନ୍ଦାମାନେ ବହୁ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଏହାବ୍ୟତିତ ସେହି କଲୋନୀରେ ୧୯୯୯ ମହାବାତ୍ୟା ପରଠାରୁ ଦୀର୍ଘ ୨୨ବର୍ଷ ଧରି ସେମାନେ ରହି ଆସୁଥିବା ବେଳେ ସେମାନଙ୍କୁ ଭୂମିହୀନ ଜମି ପଟ୍ଟା ମଧ୍ୟ ମିଳିନାହିଁ । ଫଳରେ ସେମାନେ ବିଜୁପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର ଟିଏ ନଥିବାରୁ ସେହି ବସ୍ତିର ପିଲାମାନେ ଦୀର୍ଘ ୩କିଲୋମିଟର ବିପଦ ସଙ୍କୁଳ ରାସ୍ତା ଦେଇ ଯିବା ସମ୍ଭବ ହେଉନି । ତେଣୁ ଏସମସ୍ତ ମୈାଳିକ ସମସ୍ୟା ଗୁଡିକର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଚଞ୍ଚଳା ମଳିକ, ଚତ୍ରୁଭୁଜ ମଳିକ, ଜୀତେନ୍ଦ୍ର ମଳିକ, ଧନଞ୍ଜୟ ମଳିକ, ଅଭିରାମ ମଳିକ, ମମତା ମଳିକ, ଭାରତୀ ମଳିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ