ବିଜେପି ମିଶ୍ରମ ପର୍ବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଲୟରେ ଆଜି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ କାଶୀନଗର ବ୍ଲକର ସିଆଳୀ ଗ୍ରାମପଞ୍ଚାୟତର ସିରିଡା ଗ୍ରାମର ୫୦ରୁ ଉର୍ଦ୍ଦ ବିଜେଡି ଓ କଂଗ୍ରେସ କର୍ମୀ ଆଜି ବିଜେପିରେ ଯୋଗ ଦେଇଥିବା ସୁଚନା ମିଳିଛି । ବିଜେପିର ବରିଷ୍ଠ ନେତା ତଥା କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ, ବିଜେପି ନେତା ଉମା ଶଙ୍କର ଗନ୍ତାୟତଙ୍କ ସମେତ ବିଜେପିର ନେତା ଓ କର୍ମୀମାନେ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।


