ସମାଜସେବୀ ହିମାଂଶୁ କରଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସମାଜସେବୀ ହିମାଂଶୁ ଭୂଷଣ କର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅଛନ୍ତି । ତେଣୁ ତାଙ୍କ ଆରୋଗ୍ୟକାମନା କରାଯାଇ କେନ୍ଦ୍ରାପଡା ସହରର ବିଭିନ୍ନ ମନ୍ଦିରରେ ସମୁହ ଦୀପଦାନ କରାଯାଇଛି । ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖ ଗରୁଡସ୍ତମ୍ବ ପାଖରେ ଶତାଧିକ ମହିଳା ଏକତ୍ରିତ ହୋଇ ଶ୍ରୀ କରଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀଜୀଉଙ୍କ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ସମୁହ ଦୀପଦାନ କରିଥିଲେ । ସେହିଭଳି ସହରର ବିଭିନ୍ନ ଗଜଲକ୍ଷ୍ମୀ ମଣ୍ଡପ ସମେତ ଅନ୍ୟ ବହୁ ମନ୍ଦିର ଗୁଡିକରେ ମଧ୍ୟ ଯୁବକ,ଯୁବତୀ ଓ ସାଧାରଣ ଲୋକମାନେ ଏକତ୍ରିତ ହୋଇ ସମାଜସେବୀ ଶ୍ରୀ କରଙ୍କ ଆଶୁ ଆରୋଗ୍ୟ କାମନା କରି ଈଶ୍ୱରକୁ ପ୍ରାର୍ଥନା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ କର ବିଭିନ୍ନ ସମୟରେ ଲୋକମାନଙ୍କୁ ଆକୁଣ୍ଠ ଚିତରେ ସାହାଯ୍ୟ, ସହଯୋଗ କରିଥାନ୍ତି । ତେଣୁ ଲୋକମାନେ ସ୍ୱତପ୍ରବୃତ୍ତ ଭାବରେ ତାଙ୍କର ଆରୋଗ୍ୟ କାମନା କରି ବିଭିନ୍ନ ଦେବାଦେବୀଙ୍କ ପାଖରେ ସମୁହ ଦୀପଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ