ଏନ ପାଟଣା ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ଏନ ପାଟଣା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଳିୟ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା । ମେଳାରେ ଅତିଥିଭାବେ ଏ.କରଡ଼ାବାଡି ପଞ୍ଚାୟତ ନାଏବ ସରପଞ୍ଚ ରଜନୀ ପ୍ରଧାନ, ଏସଏମସି ସଭାପତି ଦିଲ୍ଲୀପ କୁମାର ଡାଙ୍ଗୁଆ ଯୋଗ ଦେଇଥିଲେ । ସିଆରସିସ ଡି.ବାସୁଦେବ ଦୋରା ସଂଯୋଜନା କରିଥିଲେ । ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ