ବ୍ୟବସାୟୀ ବିଶ୍ୱନାଥ ନାୟକଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଏରେଣ୍ଡେଇ ଗ୍ରାମର ବ୍ୟବସାୟୀ ବିଶ୍ୱନାଥ ନାୟକ (୬୨)ଙ୍କର ମଙ୍ଗଳବାର ପରଲୋକ ଘଟିଛି । ଦୀର୍ଘଦିନ ହେବ ସେ କିଡନୀ ଜନିତ ରୋଗରେ ପିଡିତ ଥାଇ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍ସ, କିମ୍ସ ହସପିଟାଲରେ ଚିକିତ୍ସିତ ହେବା ପରେ ନିୟମିତ ଡାଇଲୋସିସ୍ କରୁଥିଲେ । ମଙ୍ଗଳବାର ସେ ଡାଇଲୋସିସ୍ ପାଇଁ ଯାଜପୁର ଟାଉନ ଯାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାକୁ ଚେଷ୍ଟା କରିବା ବେଳେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ୨ ପୁଅ, ଭାଇ, ଭାଉଜ, ପୁତୁରା, ଝିଆରୀଙ୍କ ସମେତ ଅତ୍ମିୟସ୍ୱଜନ ଉପସ୍ଥିତ ଥିଲେ । ସେ ଜଣେ ମେଳାପୀ, ମିଷ୍ଠଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ । ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜନପ୍ରତିନିଧି ଓ ନେତା ପର୍ଯ୍ୟନ୍ତ ସେ ସୁପରିଚିତ ଥିଲେ । ଛୋଟିଆ କ୍ୟାବିନରୁ ଦୋକାନ ଆରମ୍ଭ କରି ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଗୋବିନ୍ଦପୁର ବଜାରରେ ଏକ ପ୍ରତିଷ୍ଠିତ ଦୋକାନୀ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


