୮ କର୍ମଚାରୀ କରୋନା ପଜେଟିଭ : ୨୪ ଘଣ୍ଟା ପାଇଁ ମେଡିକାଲ ବନ୍ଦ

ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ କର୍ମଚାରୀ କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ଗୁରୁବାର ଠାରୁ ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ମେଡିକାଲକୁ ସିଲ କରାଯାଉଛି । ମେଡିକାଲର ୨ ଷ୍ଟାଫ ନର୍ସ, ଗୋଟିଏ ଅଟେଣ୍ଡେଟ, ଏଲେଏଚବି, କୋଭିଡ ଲେବ ଟେକ୍ନିସିଆନ, ଭିଏସ କ୍ଲର୍କ ଓ ଷ୍ଟାଫ ନର୍ସଙ୍କ ୨ ପରିବାର ସଦସ୍ୟ କୋଭିଡ ପଜେଟିଭ ଜଣାପଡିଛି । ମେଡିକାଲ ବନ୍ଦ କରିବା ସହ ସାନିଟାଇଜ କରାଯାଇଛି ଏବିଂ ମେଡିକାଲ ପରିସର ଚାଲିଥିବା କୋଭିଡ ଟୀକାକରଣ କେନ୍ଦ୍ରକୁ ବନ୍ଦ କରି ସ୍ଥାନୀୟ କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର କରାଯାଇଛି । ଅତି ଜରୁରୀ କାଳୀନ ସେଵା ଖୁଲା ରଖା ଯାଇଥିବା ମେଡ଼ିକାଲ ଅଧିକାରିଣୀ ନମିତା ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ