ଛତ୍ରପୁର ପୋଲିସ କବଜାରେ ପୁଣି ୨ ଜଣ ଡକାୟତି

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ଗ୍ରାମ ନିକଟସ୍ଥ ୩ନଂ ପିଏଚଡି ଠାରେ ଥିବା ଏକ ଘରୁ ଗତ ୧୬.୧୦.୨୦୨୧ ତାରିଖ ଦିନ ଡକାୟତି ହୋଇଥିବା ଘଟଣାରେ ଦୁଇ ଜଣ ଡକାୟତିଙ୍କୁ ଶୁକ୍ରବାର ଧରିଛି ଛତ୍ରପୁର ପୋଲିସ୍ । ଏହି ଦୁଇ ଜଣ ଡକାୟତି ବଡମାଧପୁର ଗ୍ରାମର ପ୍ରଦୀପ କୁମାର ପଣ୍ଡାଙ୍କ ଘରୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସୁନା , ରୂପା ଓ ଟଙ୍କା ଲୁଟ କରିଥିଲେ । ଛତ୍ରପୁର ପୋଲିସ୍ ସେମାନଙ୍କ ଠାରୁ ସୁନାର ମଙ୍ଗଳସୂତ୍ର, ରୂପା ପାଉଁଜି ଓ ଦୁଇଟି ମୋବାଇଲ ଫୋନ କୁ ଜବତ ହୋଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ପୁରୁଷୋତ୍ତମପୁର ଗୈାଡ ସାହିର ଶଙ୍କର ବେହେରା ଓ ବଡ ବାଉରୀ ସାହିର କାଳିଆ ଦାସ । ଏହି ଅଭିଯୁକ୍ତ ମାନଙ୍କୁ ଛତ୍ରପୁର ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି । ସୂଚନା ଥାଉ କି, ଗତ ୧୬.୧୦.୨୦୨୧ ତାରିଖ ଦିନ ବଡମାଧପୁର ଗ୍ରାମ ନିକଟସ୍ଥ ୩ନଂ ପିଏଚଡି ଠାରେ ଥିବା ପ୍ରଦୀପ କୁମାର ପଣ୍ଡାଙ୍କ ଘରେ ୩ଜଣ ଦୁର୍ବୃତ୍ତ ମୁହଁରେ କଳାକନା ପିନ୍ଧି ତାଙ୍କ ଅନୁପସ୍ଥିତରେ ତାଙ୍କ ସ୍ତ୍ରୀ, ପୁଅ ଏବଂ ନାତିକୁ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସୁନା ର ମଙ୍ଗଳସୂତ୍ରର, ରୂପା ପାଉଁଜି,୨ଟି ମୋବାଇଲ ଫୋନ ସହ କିଛି ନଗଦ ଟଙ୍କା ଓ ଅନ୍ୟ ସାମଗ୍ରୀ ଗୁଡିକ ଲୁଟ କରି ସେଠାରୁ ଚମ୍ପଟ ମାରିଥିଲେ । ଘଟଣାର ଖବର ପାଇ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଓ ଏସଆଇ ସିଲୁ ଧଳ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଏନେଇ ପ୍ରଦୀପ ଛତ୍ରପୁର ଥାନାରେ ଲିଖିତ ଭାବେ ଜଣାଇଥିଲେ । ଏତାଲାକୁ ଭତ୍ତି ଛତ୍ରପୁର ଥାନା ପୋଲିସ ୫୩୮/୨୦୨୧ ନଂ ଏକ ମାମଲା ରୁଜୁ କରିବା ସହିତ ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ଛତ୍ରପୁର ଥାନା ପୋଲିସ ବଡମାଧପୁର ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଆଜି ସେମାନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ