ପିପୁଲସ ଡେଭେଲପମେନ୍ଟ କାଉନସିଲ ର ସାମ୍ବାଦିକ ସମ୍ମିଳନୀ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :ମୟୁରଭଞ୍ଜ ଜିଲ୍ଲା ର କରଞ୍ଜିଆ ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଉପଖଣ୍ଡ ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ପିପୁଲସ ଡେଭେଲପମେନ୍ଟ କାଉନସିଲ ବା ଲୋକ ଉନ୍ନୟନ ପରିଷଦ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ପିପୁଲସ ଡେଭେଲପମେନ୍ଟ କାଉନସିଲ ସଙ୍ଗଠନର ସଭାପତି ପୁଷ୍ପାଞ୍ଜଳି ସିଦ୍ଧୁ, ମୁଖ୍ୟ ବକ୍ତା ଭାବେ ସଙ୍ଗଠନର ସମ୍ପାଦକ ଭଗବାନ ସୋଏ ଯୋଗ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ପୁଷ୍ପାଞ୍ଜଳି ସିଦ୍ଧୁ ଲୋକଙ୍କୁ ସେମାନଙ୍କ ମୌଳିକ ଅଧିକାର , ଜଳ ଜଙ୍ଗଲ ଜମି ଉପରେ ଅଧିକାର, କୁସଂସ୍କାର ବିରୋଧୀ କାର୍ଯ୍ୟ ପ୍ରଭୃତି ଉପରେ ସଚେତନତା ପିପୁଲସ ଡେଭେଲପମେନ୍ଟ କାଉନସିଲ ର ମୂଳ ଲକ୍ଷ୍ୟ ହେବ ବୋଲି ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ । ପରିଷଦର ସମ୍ପାଦକ ଏହା ସମ୍ପୂର୍ଣ୍ଣ ଅଣରାଜନୈତିକ ଓ ଧର୍ମନିରପେକ୍ଷ ପରିଷଦ କେବଳ ଲୋକଙ୍କୁ ସେବା ଓ ସଚେତନତା ଯୋଗାଇବା ହିଁ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ କରି ଥିଲେ । ସଭା ଶେଷରେ ପରିଷଦର ଉପ ସଭାପତି ବାହାଦୂର ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପାଞ୍ଚପିଢ଼ ସାମ୍ବାଦିକ ସଙ୍ଘ ଓ କରଞ୍ଜିଆ ପ୍ରେସ କ୍ଲବର ବହୁ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଷଦର ମୁଖ୍ୟ ପରାମର୍ଶଦାତା ଆଡ଼ଭୋକେଟ ସୁବ୍ରତ ମହାନ୍ତି ଓ ଆଡ଼ଭୋକେଟ ସୁଦର୍ଶନ ବେହେରା ପରିଚାଳନା କରିଥିଲେ ।


