ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

ବ୍ରହ୍ମପୁର, (ପ୍ରିୟବ୍ରତ ​ପଣ୍ଡା) :କୋଭିଡ ମହାମାରୀ ପୁଣି ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହି ସମୟରେ ବହୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । ଏହି ଅବସରରେ ବିଜେଡି ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ରକ୍ତଦାନ ଶିବିର ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ଏବଂ ଗୋପାଳପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଆଜି ସକାଳ ୧୧ଘଂଟା ୩୦ମିନିଟ ସମୟରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ବ୍ରହ୍ମପୁର ଅଯୋଧ୍ୟା ନଗର ସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ମୋ ପରିବାର ଅଧକ୍ଷ ଶ୍ରୀ ଅରୂପ ପଟନାୟକ ଯୋଗ ଦେଇଥିବା ବେଳେ ବହୁ ମାତ୍ରାରର ବିଜେଡି କର୍ମୀ ମାନେ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି ଗୋପାଳପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ସ୍ଥାନୀୟ ବିଜେଡି କର୍ମୀଙ୍କ ଦ୍ୱାରା ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ରକ୍ତଦାନ ଶିବିରରେ ଓଡିଶା ମୋ ପରିବାର ଅଧକ୍ଷ ଶ୍ରୀ ଅରୁପ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରରେ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା , ଜିଲ୍ଲା ବିଜେଡି ଯୁବ ସଭାପତି ଭବାନୀ ଶଙ୍କର ସାହୁ , ମହିଳା ସ୍ୱଭାନେତ୍ରୀ ସଙ୍ଘମିତ୍ରା ଦଳେଇ , ବ୍ଲକ ସଭାପତି ଅଜିତ ଦାଶଙ୍କ ସହ ବହୁ ବିଜେଡି କର୍ମୀଗଣ ଉପସ୍ଥିତ ରହିଥିଲେ । ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ମୋଟ ୧୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ