ଟ୍ରେନ ଧକ୍କାରେ ଛତ୍ରପୁର ଏନଏସି କର୍ମଚାରୀଙ୍କ ମୃତ୍ୟୁ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଟ୍ରେନ ଧକ୍କାରେ ଛତ୍ରପୁର ଏନଏସିର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ କର୍ମଚାରୀ ଜଣକ ହେଲେ ଛତ୍ରପୁର ଏନଏସି କାର୍ଯ୍ୟାଳୟର ଯୁଗଳ କିଶୋର ଦାସ । ସେ ଟ୍ୟାକ୍ସ କଲେକ୍ଟର ଓ କ୍ୟାସିଅର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ସୋମବାର ପୂର୍ବାହ୍ନରେ ଏକ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାର ଖବର ପାଇ ଆରପିଏଫ୍ ପୋଲିସ୍ ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଣେଷ ବାବୁଙ୍କ ସମେତ ବହୁ ଏନଏସି କର୍ମଚାରୀ ପହଂଚିଥିଲେ । ଶ୍ରୀ ଦାସ ଜଣେ କର୍ମନିଷ୍ଠ, ବନ୍ଧୁବାତ୍ସଲ୍ୟ, ପରୋପକାରୀ ଓ ମିଷ୍ଠଭାସୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅପରାହ୍ନରେ ତାଙ୍କ ମୃତ ଶରୀରକୁ ଛତ୍ରପୁର ଏନଏସି କାର୍ଯ୍ୟାଳୟକୁ ଅଣାଯାଇ ସେଠାରେ ତାଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା ।


