ପାଣି ପାଇଁ ଡେଙ୍ଗାଡିରେ ମହିଳା ଙ୍କ ରାସ୍ତାରୋକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ପାନୀୟ ଜଳ ସମସ୍ୟା କୁ ନେଇ ଶତାଧିକ ମହିଳା ହାଣ୍ଡି ମାଠିଆ ବାଲଟି ଧରି ରାସ୍ତା ଅବରୋଧ କରି ଧାରଣାରେ ବସିବା ରାସ୍ତା ଉପରେ ରୋଷେଇକରି ଖାଇବା ସହ ଦାବୀ ପୂରଣ ନହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ନିର୍ବାଚନ ପୂର୍ବରୁ ଏବେ ପାଣିପାଇଁ ଜନ ଅସନ୍ତୋଷ ଦେଖା ଦେଇଛି । ଡେଙ୍ଗାଡି ୪ ନଂ ୱାର୍ଡ ନୂଆସାହି ବାସିନ୍ଦା ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ ଠାରେ ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ଦାବୀ ଅଭିଯୋଗ କଲାପରେ କତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଆଜି ସକାଳ ୮ ରୁ ଶତାଧିକ ମହିଳା ହାଣ୍ଡି ମାଠିଆ ବାଲଟି ଧରି ହିଞ୍ଜିଳି ପି ଜଗନ୍ନାଥପୁର ରାଜ୍ୟ ରାଜପଥ ଅବରୋଧ କରି ଧାରଣାରେ ବସିଥିଲେ। ନୁଆସାହି ର ଏକମାତ୍ର ପୋଖରୀ ପରିତ୍ୟକ୍ତ ଅଵସ୍ଥା ରେ ଥିବା ସହ କୌଣସି ନଳକୂପ ରେ ପିଇବାଯୋଗ୍ୟ ପାଣି ବାହାରୁନାହିଁ ଓ ଏକମାତ୍ର ନଳକୂପ ଅଚଳ ହୋଇଥିବା ବେକେ ୨୦୦୫ ମସିହା ରୁ ନିର୍ମିତ ପାଇପ୍ ଲାଇନ୍ ଜଳ ଯୋଗାଣ ପ୍ରକଳ୍ପ ରୁ ଗତ ୩ ବର୍ଷ ଧରି ପାଣି ଆସୁନଥିବା ଅଭିଯୋଗ କରିଛନ୍ତି । ଖବର ଶୁଣି ପାଟପୁର ପୋଲିସ ଧାରଣା ସ୍ଥଳ ରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ବିଡ଼ିଓ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳଯୋଗାଣ ପାଇଁ ଲିଖିତ ପ୍ରତିଶୃତି ପରେ ରାସ୍ତା ରୁ ହଟିବୁ ବୋଲି ଅଡି ବସିଥିଲେ । କୌଣସି ଅଧିକାରୀ ଧାରଣାସ୍ଥଳକୁ ନ ଆସିବାରୁ ମହିଳା ମାନେ ରାସ୍ତା ଉପରେ ଧାରଣା ସ୍ଥାନ ରେ ରୋଷେଇ କରି ଖାଇଥିଲେ । ପ୍ରତିବାଦକାରୀଙ୍କ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ପରେ ରାସ୍ତାରୋକରୁ ଉଠିବା ଜିଦ୍ ପରେ ଅପରାହ୍ନ ୪ ଟା ରେ ବିଡ଼ିଓ ଗାୟତ୍ରୀଦତ୍ତ ନାୟକ ତହସିଲଦାର ଡ ଶ୍ରୀନିବାସ ବେହେରା ଆଇଆଇସି ସବ୍ୟସାଚୀ ମଲ୍ଲ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ସମସ୍ୟା ସମାଧାନ ପାଇଁ ମୌଖିକ ପ୍ରତିଶୃତି ଦେଇଥିଲେ ମଧ୍ୟ ଲୋକେ ମାନିନଥିଲେ ଦୀର୍ଘ ଏକ ଘଣ୍ଟାର ଆଲୋଚନା ପରେ ବିଡ଼ିଓ ଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ପରେ ଲୋକେ ୯ ଘଣ୍ଟାର ରାସ୍ତାରୋକ ରୁ ଉଠିଥିଲେ । ନିର୍ବାଚନ ଆଚରଣବିଧି ହଟିବାପରେ ମାର୍ଚ୍ଚ ମାସରେ ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ନଳକୂପ ସହ ପ୍ରତି ଘରକୁ ପାଇପ୍ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ବିଡ଼ିଓ ଲିଖିତ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ