ଜାତୀୟ ଭୋଟର ଦିବସ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳ୍ୟର ଏନ୍‌ଏସ୍‌ଏସ୍ ବିଭାଗ ତରଫରୁ ଜାତୀୟ ଭୋଟର ଭୋଟର ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀଙ୍କ ଦ୍ୱାରା ଆୟୋଜିତ ଅନ୍‌ଲାଇନ ବୈଠକରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଯୋଗଦେଇ ଭାରତୀୟ ସମ୍ବିଧାନ କିଭଳି ଜାତି ବର୍ଣ୍ଣ-ଧର୍ମ ନିର୍ବିଶେଷରେ ସମସ୍ତ ସାବାଳକମାନଙ୍କୁ ଭୋଟ ଦାନ ଅଧିକାର ପ୍ରଦାନ କରିଛି ବୁଝାଇଥିଲେ । ଏହାସହ ସମସ୍ତ ନାଗରିକ ନିର୍ଭୟ ଭାବେ ଭୋଟ ଦେବ।କୁ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହିପରିପ୍ରେକ୍ଷୀରେ ମତଦାତାଙ୍କ ସଂକଳ୍ପ ପତ୍ର ପାଠ କରାଇଥିଲେ । ଏନ୍‌ଏସ୍‌ଏସ୍ ଅଧିକାରିଣୀ ଶ୍ରମତୀ ପାଣିଗ୍ରାହି ମଧ୍ୟ ଭୋଟ ଦାନ ବିଷୟରେ ବୁଝାଇଥିଲେ । ନିଜ ନିଜ ବିବେକ ଅନୁଯାୟୀ କୌଣସି ପ୍ରଲୋଭନର ଶୀକାର ନହୋଇ ଯୋଗ୍ୟ ପ୍ରାର୍ଥୀଙ୍‌କୁ ଭୋଟ ଦେଇ ସରକାର ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇ ସଂକଳ୍ପ ପତ୍ର ପାଠକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ