ଗଜପତିର ଭେଷଜ ନୀରିକ୍ଷକ କାର୍ଯ୍ୟାଳୟ ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଥିବା ଭେଷଜ ନୀରିକ୍ଷକ କାର୍ଯ୍ୟାଳୟ ଟି କିଛି ଦିନ ହେଲା ବନ୍ଦ ରହୁଛି । ଏହି କାର୍ଯ୍ୟାଳୟରେ କେହି ରହୁଛି କିମ୍ବା ନାହିଁ ତାହା ଜଣାପଡୁନାହିଁ । ପାରଳାଖେମୁଣ୍ଡି ସହରରେ ସାହି ସାହି ବା ଛକଛକରେ ଗୋଟିଏ ଗୋଟିଏ ଔଷଧ ଦୋକାନ ମନଇଚ୍ଛା ଖୋଲା ଯାଉଥିବା ବେଳେ ବିଭାଗ ନିକଟରେ ତାହାର ସୂଚନା ନାହିଁ । ଔଷଧ ଦୋକାନ ଖୋଲାଯାଉଛି କିନ୍ତୁ ତାହାର ନିୟମ କାନୁନ୍ କିଛି ରହିନଥିବାର ଅଭିଯୋଗ ଆସୁଛି । ଦୋକାନ ଖୋଲିବା ସକାଶେ ବିଭାଗ ପକ୍ଷରୁ ଲାଇସେନ୍ସ ଜଣକ ନାମରେ ଥିବାବେଳେ ଦୋକାନରେ ଆଉ ଜେନ ବସି ଔଷଧ ବିକ୍ରୟ କରୁଥିବାର ଦେଖିବାକୁ ମିଳୁଛି । କାରଣ ଯଦି ଜିଲ୍ଲା କାର୍ଯ୍ୟାଳୟ ର ଅବସ୍ଥା ଏପରି ତେବେ ଦୋକାନ ବାଲାଙ୍କ ଅବସ୍ଥା କିପରି ରହିବ ତାହା ଚିନ୍ତା କରି ହେଉଛି ।


