ଗାଡିକୁ ଅଭିନଵ ଢଙ୍ଗ ରେ ସଜେଇଲେ ଯୁବ ବ୍ୟବସାୟୀ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୋଟର କାର ଲଭରମାନେ ନିଜର କାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାରରେ ସଜାଇଥାନ୍ତି । କିଏ ପ୍ରିଣ୍ଟ କରିଥାନ୍ତି ତ ଆଉ କିଏ କିଛି ଷ୍ଟିକର ଲଗାଇଥାନ୍ତି । କିନ୍ତୁ ଏଠାରେ ଅଭିନବ ଉପାୟରେ ଜଣେ ବ୍ୟକ୍ତି ନିଜ କାରକୁ ସଜାଇଛନ୍ତି । ଦୁଇହଜାର, ପାଞ୍ଚଶହ ଟଙ୍କିଆ ନକଲି ନୋଟ ଲଗାଇ ସେ ନିଜ କାରକୁ ସଜାଇଛନ୍ତି । ତେବେ ଏହି ଘଟଣାଟି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରରେ। କରଞ୍ଜିଆର ଯୁବ ବ୍ୟବସାୟୀ ରନଫ ରାଜ ନାମକ ଜଣେ ସ୍ଥାନୀୟ ଯୁବକ ଏପରି ଢଙ୍ଗରେ ନିଜ କାରକୁ ସଜାଇଛନ୍ତି । ଗାଡିଟି ନେଇ ସେ ବଜାର କୁ ଆସିବା ପରେ ଏହା ଲୋକ ଙ୍କ ନଜର କୁ ଆସିଥିଲା ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଗାଡି ମାଲିକ ରନଫ ରାଜ ଙ୍କୁ ଏ ବିଷୟରେ ପଚାରିବାରୁ ସେ ଖୁସିରେ ଗାଡି ରେ ନକଲି ଟଙ୍କା ଲଗାଇଥିବା କହିଛନ୍ତି । ତାଙ୍କ ଗାଡିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହାସହିତ ବହୁତ ଲୋକ କାରକୁ ଦେଖିବାକୁ ଆସୁଥିବାରୁ ସେ ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି । ଏବେ ଏହି ଦୃଶ୍ୟ ମୋବଇଲରୁ ମୋବଇଲକୁ ଘୁରି ବୁଲୁଥିବା ଦେଖିବାକୁ ମିଳିଛି ।


