ଫିଜିଓ ଥେରାପି କେନ୍ଦ୍ର ଉଦଘାଟିତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ର ମାଣିକ ଛକ ସନ୍ନିକଟ ପ୍ରଶାନ୍ତି କନଭେନ୍ସନ ପରିସର ରେ ଏକ ଫିଜିଓ ଥେରାପି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏକ ସ୍ଵତନ୍ତ୍ର ଉଦଘାଟନି ଉତ୍ସବ ରେ ଫିଜିଓ ଥେରାପି ଡାକ୍ତର ଅର୍ପିତା ବେହେରା, ବିଶେଶ୍ୱର ବେହେରା, ମନୋଜ କୁମାର ମହାନ୍ତି, ଡ ଭାଗବତ ଲେଙ୍କା, ଦିପ୍ତୀରାଣୀ ବେହେରା, ସନ୍ତୋଷ କୁମାର ମିଶ୍ର, ଆଲୋକେଶ ବେହେରା, ନଗେନ୍ଦ୍ର ନାଥ ସାହୁ, ସବିତା ସାହୁ, ସଙ୍ଗୀତା ପ୍ରିୟଦର୍ଶିନୀ, ଅବନୀ ମଣ୍ତଳ, ରଞ୍ଜିତା ପ୍ରମାଣିକ । ବିନୀତା ମହାନ୍ତ ଓ ମଦନ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଆଜି ର ସମୟ ପରିପ୍ରେକ୍ଷୀରେ ଫିଜିଓ ଥେରାପି ଚିକିତ୍ସା ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସୁସ୍ଥ ଓ ନିରାମୟ ଜୀବନ ଯାପନ ପାଇଁ ଫିଜିଓ ଥେରାପି ଚିକିତ୍ସା ହେଉଛି ଏକ ମୂଲ୍ୟବାନ ଚିକିତ୍ସା । ଯେଉଁଥିରେ କୌଣସି ଔଷଧୀୟ ପ୍ରତିକ୍ରିୟା ର ଲକ୍ଷଣ ନ ଥାଏ । ପ୍ରଶାନ୍ତି କନଭେନ୍ସନ ପରିସର ରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର ସମାଧାନ ପାଇଁ ବ୍ୟବସ୍ଥା ରହିଥିବା ରୁ ଅଞ୍ଚଳବାସୀ ଙ୍କ ମନରେ ଖୁସି ଓ ଆନନ୍ଦ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ