ମନ୍ଦିର ପ୍ରତିଷ୍ଠା ଉତ୍ସବ : ପ୍ରଥମ ବାର୍ଷିକ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ ର ବଳରାମପୁର ଗ୍ରାମରେ ଅବସ୍ଥିତ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନନ୍ଦିକ ଗ୍ରାମର ପଣ୍ଡିତ ଅକ୍ଷୟ କୁମାର ପାଢ଼ୀ ଓ ସହଯୋଗୀ ତପନ କୁମାର ପାଢ଼ୀ ଉପସ୍ଥିତ ରହିଥିବା ବେଳେ କର୍ତ୍ତା ଭାବେ ନିରଞ୍ଜନ ପାଢୀ ଓ ତାଙ୍କ ପନ୍ତ୍ରୀଝୁନୁ ପାଢ଼ୀ ଏବଂ ପ୍ରକାଶ ଚନ୍ଦ୍ର ବିଷୋୟୀ ଓ ତାଙ୍କ ପନ୍ତ୍ରୀ ଝିଲି ବିଷୋୟୀ ଉପସ୍ଥିତ ରହି ପୂଜା ଅର୍ଚ୍ଚନା ଆଳତି ହୋମ୍ ଯଜ୍ଞ ନାମ ସଂକୀର୍ତ୍ତନ ଦେଵନୀତି ପ୍ରଥା ଅନୁସାରେ ବେଦ ଧୁନୀ ଆଦି ପ୍ରତିଷ୍ଠା ଉତ୍ସବ ର ପ୍ରଥମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଯାୟୀ ହୋଇଥିବା ବେଳେ ଗ୍ରାମ୍ୟ କମିଟିର ସଭାପତି କୁନା ସାହୁ ଓ ଵଳରାମପୁର ଗ୍ରାମ ବାସୀ ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ l


