ପରଲୋକରେ ପ୍ରଫେସର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ବିଭାଗ ପ୍ରାଧ୍ୟାପକ ମାଧବାନନ୍ଦ ପଣ୍ଡାଙ୍କର ଶୁକ୍ରବାର ଭୋର ୪ଟା ୪୫ମିନିଟରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସେ ଯାଜପୁର ଜିଲ୍ଲାର ବଳରାମପୁର ଗ୍ରାମରେ ଜନ୍ମଗ୍ରହଣ କରି ଜଗତସିଂହପୁରର ଏସ.ଭି.ଏମ. କଲେଜରେ ଅଧ୍ୟାପକ ଜୀବନ ଆରମ୍ଭ କରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶେଷ କରିଥିଲେ । ସେ ଉଭୟ ସ୍ଥାନରେ ୧୬ବର୍ଷ ଲେଖାଁ ଅଧ୍ୟାପନା ଜୀବନ ନିଭେଇଥିଲେ । ସେଠାରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବଦଳି ହୋଇ ଆସିବା ପରେ ଏଠାରେ ଅବସର ନେଇଥିଲେ । ମୃତ୍ୟୁ ପୂର୍ବରୁ ସେ ତାଙ୍କର ୨ଟି ଆଖିକୁ କଟକ ବଡ ଡାକ୍ତରଖାନାରେ ଦାନକରିଥିବାରୁ ଜୀବନ୍ତ ଅବସ୍ଥାରେ ତାଙ୍କର ଆଖି ୨ଟିକୁ କାଢି ନିଆଯାଇଥିଲା । ସଂପ୍ରତି ସେ କେନ୍ଦ୍ରାପଡାର ନୟନବିହାରରେ ଅବସ୍ଥାନ କରୁଥିଲେ । ସେ ଏକାଧାରାରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ଶିଶୁ ସାହିତ୍ୟିକ ଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କର ଆକସ୍ମିକ ବିୟୋଗ ସମସ୍ତଙ୍କୁ ମ୍ରିୟମାଣ କରିଛି । କଷୋଟିସ୍ଥିତ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଏକମାତ୍ର ପୁତ୍ର ରଶ୍ମିରଞ୍ଜନ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ତାଙ୍କର ୨ଝିଅ, ଜ୍ୱାଇଁ, ସମୁଦି, ଆତ୍ମୀୟ ସ୍ୱଜନ ଓ ନୟନବିହାରର ଅଧିକାଂଶ ବାସିନ୍ଦା ଉପସ୍ଥିତ ଥିଲେ । ତାଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ କଲେଜରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିବା ବେଳେ ନୟନବିହାରରେ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଲେଙ୍କାଙ୍କ ପୈାରହିତ୍ୟରେ ଅନ୍ୟ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରେ ଡଃ. ବିରଜା ରାଉତରାୟ, ଭଗବାନ ପତ୍ରୀ, ସୁଶୀଲ ସାମଲ, ତପନ କୁମାର ପତି, କାମଦେବ ପତି, ହିମାଂଶୁ ମହାନ୍ତି, ନିମାଇଁ ଚରଣ ନାୟକ, ପ୍ରମୋଦ କୁମାର ଦାସ, ଅମୂଲ୍ୟ କୁମାର ମଲ୍ଲ, ମାନଗୋବିନ୍ଦ ଷଡଙ୍ଗୀ, ନିରାକାର ଜେନା, ସ୍ୱୟଂ ପ୍ରକାଶ ଦାସ, ରତିକାନ୍ତ କମିଲା, ଲକ୍ଷ୍ମୀଧର ପତି, ପ୍ରଭାତ ରଞ୍ଜନ ଲେଙ୍କା, ନିତ୍ୟାନନ୍ଦ ଦାସ, ନିରଞ୍ଜନ ମିଶ୍ର, କ୍ଷୀରୋଦ ଚନ୍ଦ୍ର ଦାସଙ୍କ ସମେତ ବହୁ ଛାତ୍ରଛାତ୍ରୀ ତାଙ୍କ ଶେଷଦର୍ଶନ କରିଥିଲେ । ନୟନବିହାର ସୋସାଇଟିର ସମ୍ପାଦକ ଅମିତ କୁମାର ଅଗ୍ରୱାଲ ଓ କୋଷାଧ୍ୟକ୍ଷ ମନୋରଞ୍ଜନ ସାହୁଙ୍କ ସମେତ ଅନ୍ୟ ବାସିନ୍ଦାମାନେ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଶ୍ମଶାନରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ