ସୁନ୍ଦରୀ ହେବା ବାହାନାରେ ଗିରଫ ହେଲେ

ସୁନ୍ଦରୀ ଦିଶିବା ସବୁ ନାରୀର ଇଚ୍ଛା । ସେମିତି ବି ଇଚ୍ଛା ରଖିଥିଲେ ଜାମୀ ଲାଇନ୍ ଟୋଲେର ନାମ୍ନୀ ଜନୈକା ମହିଳା । ସେ ଦେଖିବାକୁ ସେମିତି ସୁନ୍ଦରୀ ନଥିଲେ । ମାତ୍ର ତାଙ୍କ ଭିତରେ ସୁନ୍ଦର ହେବାକୁ ନେଇ ଆକାଶଛୁଆଁ ଇଚ୍ଛା ରହିଥିଲା । ନିଜକୁ ଆକର୍ଷଣୀୟ କରି ଅନ୍ୟ ନିକଟରେ ପ୍ରଦର୍ଶିତ କରାଇବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ । ସେଥିଲାଗି ସେ ଯେ କୌଣସି ସ୍ତରକୁ ଓହ୍ଲେଇଯିବା ପାଇଁ ପ୍ରସ୍ତୁତ ଥିଲେ । ଏହା ଯେ ତାଙ୍କ ଭିତରର ଏକ ନାରୀ ସୁଲଭ ହୀନମନ୍ୟତା ସେ ସେକଥା ଭଲ ଭାବରେ ଜାଣିଥିଲେ । ମାତ୍ର ସେ ଆଉ ପଛକୁ ଫେରିବା ଅବସ୍ଥାରେ ନ ଥିଲେ । ସେ ଜାଣିଥିଲେ ଯେ, ନାରୀର ସୌନ୍ଦର୍ଯ୍ୟ ହେଉଛି ତା’ର ବକ୍ଷୋଜ । ଦିନେ ତାଙ୍କ ମୁଣ୍ଡକୁ ଏକ ଧାରଣା ଜୁଟିଲା ଯେ, ସେ ତାଙ୍କର ବକ୍ଷକୁ ଅଧିକ ଆକର୍ଷଣୀୟ କରିବେ । ଆଉ ସେଥିପାଇଁ ତାଙ୍କୁ ବକ୍ଷ ପ୍ରତିରୋପଣ କରିବା ପାଇଁ ପଡ଼ିବ । ଏହା ହିଁ ଏକମାତ୍ର ବିକଳ୍ପ । ତେବେ ବକ୍ଷ ପ୍ରତିରୋପଣ ଲାଗି ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ମାତ୍ର ତାଙ୍କ ନିକଟରେ ଅର୍ଥ ନ ଥିଲା । ଜାମୀ ଲାଇନ୍ କିନ୍ତୁ ନିଜକୁ ସୁନ୍ଦରୀ କରିବାକୁ ଯେ କୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ । ସେ ଦିନେ ଘୋଷଣା କରିଦେଲେ ଯେ, ତାଙ୍କୁ ସ୍ତନ କର୍କଟ ହୋଇଛି । ତାଙ୍କର ବ୍ରେଷ୍ଟ କନ୍‌ଷ୍ଟ୍ରକ୍ସନ୍ କରିବାକୁ ପଡ଼ିବ । ଏହା ଘୋଷଣା କରି ସେ ତାଙ୍କର ଚିହ୍ନା ପରିଚିତ ତଥା ସମ୍ପର୍କୀୟମାନଙ୍କ ଠାରୁ ଦାନସୂତ୍ରରେ ଟଙ୍କା ଆଦାୟ କଲେ । ଏଭଳି ଅବସ୍ଥାରେ ତାଙ୍କୁ କିଏ ବା ମନା କରନ୍ତା । ସେ ବହୁ ଅର୍ଥ ସଂଗ୍ରହ କରିନେଲେ । ଖୁସିରେ ତାଙ୍କ ମନ ନାଚିବାକୁ ଆରମ୍ଭ କରିଦେଲା । ଭାବିଲେ, ବକ୍ଷ ପ୍ରତିରୋପଣ କରିବେ ଆଉ ସୁନ୍ଦରୀ ଦିଶିବେ । ମାତ୍ର ସେତିକିବେଳେ ପୋଲିସ ଆସି ତାଙ୍କୁ ଗିରଫ କଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇଯାଇଥିଲା ଯେ, ଜାମୀଙ୍କୁ କ୍ୟାନସର ହୋଇନାହିଁୟ ସେ ମିଛରେ ଅର୍ଥ ଆଦାୟ କରୁଛନ୍ତିୟ ଡାକ୍ତରଖାନାରେ ତାଙ୍କର ପରୀକ୍ଷା କରାଗଲା । ପରୀକ୍ଷାରୁ ଜଣାଗଲା ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ