ଯୁବ ସମାଜସେବୀଙ୍କ ଦେହାନ୍ତ : ଅଞ୍ଚଳରେ ଶୋକର ଛାୟା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ର ପ୍ରାକ୍ତନ ଅଧ୍ୟକ୍ଷ ସ୍ଵର୍ଗତ ବାଳକୃଷ୍ଣ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଶିଷ୍ଟ ଯୁବ ସମାଜସେବୀ ବ୍ରଜବନ୍ଧୁ ମହାପାତ୍ର ଆଜି 57 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ସେ ମସ୍ତିଷ୍କ ଏବଂ କିଡନୀ ରୋଗରେ ପୀଡ଼ିତ ହୋଇ ଦୀର୍ଘ ତିନିମାସ ଧରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ I ଆଜି ସକାଳ ସାତ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା I ସ୍ଵର୍ଗତ ମହାପାତ୍ର ଜଣେ ନିସ୍ୱାର୍ଥପର ସମାଜସେବୀ ଭାବରେ ସୁନାମ ଅର୍ଜ୍ଜନ କରିବା ସହିତ ଜଣେ ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ମାଆ ମାଧୁରୀ ମହାପାତ୍ର,ସ୍ତ୍ରୀ ମିତା ମହାପାତ୍ର,ପୁଅ ସତ୍ୟ ସୁନ୍ଦର,ଝିଅ ପ୍ରଜ୍ଞା ପରିମିତା,ଭାଇ ଗୋପବନ୍ଧୁ ମହାପାତ୍ର, ଭଉଣୀ ପ୍ରତିଭା,ଜ୍ୱାଇଁ ଦୁତିକୃଷ୍ଣ,ପୁତୁରା ଓମ,ଭଣଜା ଆଦିତ୍ୟ,ଭାଣିଜୀ ସୋନାଲି,ମାମୁ ନଳିନୀ କାନ୍ତ ପଣ୍ଡା,ଦୀପକ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବୁଦ୍ଧିଜୀବି, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ତାଙ୍କର ଅନ୍ତିମ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ସ୍ଵର୍ଗତ ମହାପାତ୍ରଙ୍କ ମର ଶରୀରକୁ ଭଞ୍ଜନଗର ସ୍ଥିତ ଶ୍ମଶାନରେ ସଂସ୍କାର କରାଯାଇଥିଲା I


