ସରପଂଚ ପ୍ରାର୍ଥୀନୀଙ୍କ ପ୍ରଚାର ଜୋରଦାର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆସନ୍ତା ୨୦ ତାରିଖରେ ଛତ୍ରପୁର ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ବିଭିନ୍ନ ପ୍ରାର୍ଥି ମାନେ ପଂଚାୟତରେ ବୁଲି ଜନସାଧାରଣଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ସରପଂଚ ପ୍ରାର୍ଥୀନୀ ବି. ଦମୟନ୍ତିି କଣମଣା ପଂଚାୟତରେ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି । କଣମଣା ପଂଚାୟତର ବିଭିନ୍ନ ଗ୍ରାମରେ ନିଜ ସମର୍ଥକ ମାନଙ୍କ ସହ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି । ପଂଚାୟତର ସର୍ବାଙ୍ଗୀନ ବିକାଶ କରିବାର ପ୍ରତିଶୃତି ଦେଇ ପଂଚାୟତର ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ଏହି ପ୍ରଚାର କଣମଣା ସରପଂଚ ଏସ. ଚକ୍ରପାଣି ରେଡ୍ଡି ନେତୃତ୍ୱ ନେଇଥିବା ବେଳେ ପୂର୍ବତନ ସରପଂଚ ସ୍ମୃତି କୁମାରୀ ସାହୁ, ବିଜେଡି ଯୁବନେତା ଗଣେଷ ସାହୁଙ୍କ ସମେତ ଶହ ଶହ ସମର୍ଥକମାନେ ସାମିଲ ଥିଲେ ।


