ହେମନ୍ତଙ୍କ ଉପରୁ ବିଜେଡି ଉଠାଇଲା ନିଲମ୍ବନ ଆଦେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ଉଠାଇ ନେଇଛି । ଏ ସଂକ୍ରାନ୍ତରେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ବିଶ୍ୱାଳ ବିଜେଡିର ପ୍ରାଥମିକ ସଦସ୍ୟ ଥିଲେ । ଏଥିସହ ବିଜେଡି ସମର୍ଥନରେ ୨୦୧୭ମସିହାରେ ଭରତପୁର ଗ୍ରାମପଞ୍ଚାୟତରୁ ସମିତିସଭ୍ୟ ଭାବେ ବିଜୟୀ ହୋଇଥିଲେ । କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ୨୦୨୦ ସେପ୍ଟେମ୍ବର ୧୬ରେ ବିୟୋଗ ହୋଇଥିଲା । ଏହାପରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ ନିର୍ବାଚନରେ ବିଜେଡି ପଳସିଂହା ପଞ୍ଚାୟତର ସମିତିସଭ୍ୟ ଶିବପ୍ରସାଦ ଭଳଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । କିନ୍ତୁ ଭରତପୁର ପଞ୍ଚାୟତ ସମିତିସଭ୍ୟ ହେମନ୍ତ ବିଶ୍ୱାଳ ମଧ୍ୟ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ହେମନ୍ତଙ୍କ ଲୋକପ୍ରିୟତା ସମଗ୍ର କେନ୍ଦ୍ରାପଡ଼ା ବ୍ଲକରେ ବେଶ ଅଧିକ ରହିଥିଲା । ତେଣୁ କେନ୍ଦ୍ରାପଡ଼ା ବ୍ଲକର ୨୬ଜଣ ସମିତିସଭ୍ୟଙ୍କ ମଧ୍ୟରୁ ହେମନ୍ତଙ୍କୁ ୧୩ରୁ ଅଧିକ ସଭ୍ୟ ସମର୍ଥନ କରିଥିଲେ । ଏଥିରେ ଭୟଭୀତ ହୋଇ ଯାଇଥିଲା ବିଜେଡି । ତେଣୁ ହେମନ୍ତଙ୍କୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଦିନ ଦଳରୁ ଜିଲ୍ଲା ସଭାପତି ଶ୍ରୀ ପରିଡ଼ା ନିଲମ୍ବନ କରିଥିଲେ । କିନ୍ତୁ ହେମନ୍ତ ବିଜେଡି ପାଇଁ କାର୍ଯ୍ୟ କରୁଥିଲେ । ତେଣୁ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଦଳ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଛି ବୋଲି ହେମନ୍ତ କହିଛନ୍ତି । ହେମନ୍ତ କହିଛନ୍ତି ମୁଁ ଦଳରେ ଦୀର୍ଘଦିନ ହେବ କାର୍ଯ୍ୟ କରୁଛି । ଦଳରେ ଜଣେ ସଭ୍ୟ ଥିଲି । ଦଳ ପାଇଁ କାମ କରୁଥିଲି । ମୋତେ ଦଳ କାହିଁକି ନିଲମ୍ବନ କରିଥିଲା ତାହା ମୁଁ ଜାଣି ନ ଥିଲି । ନିଲମ୍ବନ ହେବା ପରେ ମଧ୍ୟ ଦଳ ପ୍ରତି ମୋର ଆନୁଗତ୍ୟ ରହିଥିଲା । ସେବେଠାରୁ ମୁଁ ଦଳ ପାଇଁ କାମ କରୁଥିଲି ବୋଲି ହେମନ୍ତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ