ବରିଷ୍ଠନାଗରିକଙ୍କ ପାଇଁ ପୋଡକାଷ୍ଟ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ଏନ୍‌.ଆର୍‌.ସି.ଡବ୍ଲ୍ୟୁ.ଡି ଦ୍ୱାରା ପରିଚାଳିତ ଆର୍‌.ଆର୍‌.ଟି.ସି ତରଫରୁ ରାଷ୍ଟ୍ରୀୟ ସାମାଜିକ ପ୍ରତିରକ୍ଷା ସଂସ୍ଥାନ(ଏନ୍‌.ଆଇ.ଏସ୍‌.ଡି), ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ, ଭାରତ ସରକାର ଓ ମିଡିଆ ଫୋର୍ କମ୍ୟୁନିଟି ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଭୂବନେଶ୍ୱରସ୍ଥ ଲୁମ୍ବିନୀବିହାରରେ ଅବସ୍ଥିତ ଆଞ୍ଚଳିକ ସାଧନ ଓ ପ୍ରଶିକ୍ଷଣ କେନ୍ଦ୍ର(ଆର୍‌.ଆର୍‌.ଟି.ସି)ଠାରେ ଓଡିଶାରେ ପ୍ରଥମ ବରିଷ୍ଠନାଗରିକଙ୍କ ପାଇଁ ପୋଡକାଷ୍ଟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଥିସହ ଏନ୍‌.ଆଇ.ଏସ୍‌.ଡି ଦ୍ୱାରା ପାଇଲଟ୍ ପ୍ରକଳ୍ପ ଭାବେ ନୂତନ ଭାବେ ଆରମ୍ଭ ହୋଇଥିବା ଅନୁଭବ ପ୍ରକଳ୍ପ ସମ୍ପର୍କୀତ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଭୟ ଅଫଲାଇନ୍ ଓ ଅନ୍‌ଲାଇନ୍‌ରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ଏହି ପୋଡକାଷ୍ଟ କେନ୍ଦ୍ରକୁ ଉଦ୍‌ଘାଟନ କରିବା ସହ ଆଧୁନିକ ସମାଜରେ ସନ୍ତାନସନ୍ତତିମାନେ ବୟସ୍କ ପିତାମାତାଙ୍କୁ ନ ପଚାରିବା ବା ତାଙ୍କର ଯତ୍ନ ନେବାର ନଜିର ଅନେକ ରହିଛି, ଯେହେତୁ ସନ୍ତାନସନ୍ତିତିମାନେ ବୟସ୍କ ପିତାମାତାମାନଙ୍କର ବା ବ୍ୟୟୋଜ୍ୟେଷ୍ଠବ୍ୟକ୍ତି ମାନଙ୍କର ଉପଯୁକ୍ତ ଯତ୍ନ ନେଉନାହାଁନ୍ତି, ସେଥିପାଇଁ ବରିଷ୍ଠନାଗରିକମାନଙ୍କୁ ଏକ ସୁଖଶାନ୍ତିର ବାତାବରଣ ଯୋଗାଇ ଦେବା ପାଇଁ ସରକାର ଅନ୍ୟ ଦିଗ ଉପରେ ଚିନ୍ତନ କରିଛନ୍ତି, ସେଥିମଧ୍ୟରୁ ଉଭୟ ରାଷ୍ଟ୍ରୀୟ ସାମାଜିକ ପ୍ରତିରକ୍ଷା ସଂସ୍ଥାନ(ଏନ୍‌.ଆଇ.ଏସ୍‌.ଡି), ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ, ଭାରତ ସରକାର ଓ ମିଡିଆ ଫୋର୍ କମ୍ୟୁନିଟି ଫାଉଣ୍ଡେସନ୍‌ର ମିଳିତ ଉଦ୍ୟମରେ ଭାରତରେ ୧୦ଟି ପୋଡକାଷ୍ଟ କେନ୍ଦ୍ର ସ୍ଥାପିତ ହୋଇଛି । ଏହି ପୋଡକାଷ୍ଟ କେନ୍ଦ୍ରରେ ବରିଷ୍ଠନାଗରିକମାନେ ସେମାନଙ୍କର ଅଭିଜ୍ଞତାକୁ ସାରା ଭାରତରେ ସେୟାର କରିପାରିବେ । ଏତଦ୍ ବ୍ୟତୀତ ବୟସ୍କ ଲୋକମାନେ କିଭଳି ଚଳଚଞ୍ଚଳ ରହିବେ ଓ ବ୍ୟକ୍ତିଗତସ୍ତରରେ ନିଜକୁ ଯତ୍ନ ନେବାକୁ ପଡିବ ବୋଲି ଉପରେ ଗୁରୁତ୍ୱର ସହ କହିଥିଲେ । ସେ ସ୍ୱୟଂ ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତି ହୋଇଥିବାରୁ ନିଜର ସ୍ୱାସ୍ଥ୍ୟର ଯତ୍ନ କିଭଳି ନେଉଛନ୍ତି ଉଦାହରଣ ଛଳରେ ନିଜର ଅଭିଜ୍ଞତାକୁ ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସମ୍ମୁଖରେ ପରିପ୍ରକାଶ କରିଥିଲେ । ଏହାଛଡା ସେ କହିଲେ ଯେ, ଋଷି ଓ ସନ୍ନ୍ୟାସୀଙ୍କ ପରି ବରିଷ୍ଠନାଗରିକମାନେ ବଂଚିବାପାଇଁ ଉଦ୍ୟମ କରିବା ଉଚିତ୍ । ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସୁଖଶାନ୍ତି ପାଇଁ ସରକାରଙ୍କ ପୋଡକାଷ୍ଟ କେନ୍ଦ୍ର ପ୍ରତିଷ୍ଠା ନିଶ୍ଚିତଭାବେ ଏକ ଗଠନମୂଳକ ଉଦ୍ୟମ । ବରିଷ୍ଠନାଗରିକମାନେ ଏହାର ଫାଇଦା ପାଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଆୟୋଜିତ ହୋଇଥିବା ଏହି ଉଦ୍‌ଘାଟନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମିଡିଆ ଫୋର୍ କମ୍ୟୁନିଟି ଫାଉଣ୍ଡେସନ୍‌ର ସଙ୍କେତ ମହାଜନ, ଓଡିଶା ଗୋଷ୍ଠୀ ବେତାର ସଙ୍ଗଠନର ସଭାପତି ଡ. ଶିଶିର ଦାସ, ରେଡିଓ ବୁଲ୍‌ବୁଲ୍ ତଥା ଓଡିଶା ଗୋଷ୍ଠୀ ବେତାର ସଙ୍ଗଠନର ସମ୍ପାଦକ ଶେଖ୍ ମହମ୍ମଦ ନିଆଜ୍ ଏବଂ ରେଡିଓ ସୋଆର ଶୁଭ୍ରସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟୁନ ୪୦ ଲୋକ ଯଥା ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ବରିଷ୍ଠ ନାଗରିକ ବାସସ୍ଥାନର ଅନ୍ତେବାସୀଗଣ, ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧିବୃନ୍ଦ, ସରକାରୀ କର୍ମଚାରୀବୃନ୍ଦ ଯୋଗ ଦେବା ସହ କିଛି ବରିଷ୍ଠ ନାଗରିକ ସେମାନଙ୍କର ଅନୁଭୂତି ବା ଅଭିଜ୍ଞତାକୁ ସେୟାର କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ଅନୁଦାନରେ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ଦ୍ୱାରା ପରିଚାଳିତ କିଛି ବରିଷ୍ଠ ନାଗରିକ ବାସସ୍ଥାନର ଅନ୍ତେବାସୀମାନଙ୍କର ଲୁକ୍‌କାୟିତ ପ୍ରତିଭା ଯେପରି କବିତା ଆବୃତ୍ତି, ଗୀତ ଗାଇବା ଆଦିକୁ ପୋଡକାଷ୍ଟ ମାଧ୍ୟମରେ ରେକର୍ଡିଂ କରାଯାଇଥିଲା ଏବଂ ସେମାନଙ୍କୁ ଏ ବିଷୟରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏନ୍‌ଆରସିଡବ୍ଲୁର ଯୁଗ୍ମ ସମ୍ପାଦିକା ଶ୍ରୀଯୁକ୍ତ ଶର୍ମିଲୀ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ମିଡିଆ ଫୋର୍ କମ୍ୟୁନିଟି ଫାଉଣ୍ଡେସନ୍‌ର ବୋର୍ଡ ମେମ୍ବର ସଙ୍କେତ ମହାଜନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ । ବରିଷ୍ଠ ନାଗରିକଙ୍କ ଲୁକ୍‌କାୟିତ ପ୍ରତିଭା ବା ସ୍ୱରକୁ ସମାଜକୁ ଆଣିବା ପାଇଁ ଓ ଯୁବଗୋଷ୍ଠୀକୁ ନୂତନ ଦିଗ୍‌ଦର୍ଶନ ଦେବାପାଇଁ ସରକାର ଏହି ପୋଡକାଷ୍ଟ କେନ୍ଦ୍ରମାନ ପ୍ରତିଷ୍ଠା କରିଛନ୍ତି ବୋଲି ଶ୍ରୀ ମହାଜନ କହିଛନ୍ତି । ଏହି କେନ୍ଦ୍ରମାନଙ୍କୁ ଯେ କେବଳ ବରିଷ୍ଠ ନାଗରିକମାନେ ପରିଚାଳନା କରିବେ ତା\’ନୁହେଁ, ସେମାନେ ସେମାନଙ୍କର ଅନୁଭୂତିକୁ ରେକର୍ଡିଂ ମାଧ୍ୟମରେ ଆଇ. ରେଡିଓ ଲାଇଭ୍ ଜରିଆରେ ଦେଶର କୋଣ ଅନୁକୋଣରେ ବର୍ଷକୁ ୧୦୦ଟି କାର୍ଯ୍ୟକ୍ରମ ମାଧ୍ୟମରେ ପହଞ୍ଚାଇ ପାରିବେ । ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ନାଗେଶ୍ୱର ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ, ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ସରକାର ଏକ ଗଠନ ମୂଳକ ଆଇନ୍ ଆଣିବା ଏକାନ୍ତ ଆବଶ୍ୟକ । ଏତଦ୍ ବ୍ୟତୀତ କୋଭିଡ୍ ପାଇଁ ଯେଉଁମାନେ ଦୂରସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନାହାଁନ୍ତି ସେମାନଙ୍କ ପାଇଁ ଆୟୋଜକ ଅନ୍ୟ ବ୍ୟବସ୍ଥା (ଯେପରି ଅନ୍‌ଲାଇନ୍‌ ରେ ଗୁଗୁଲ ମିଟ୍ ମାଧ୍ୟମରେ) ମଧ୍ୟ କରିଥିଲେ । ଏହି ଗୁଗୁଲମିଟ୍‌ରେ ମଧ୍ୟ ଅନେକ ଅଂଶଗ୍ରହଣକାରୀମାନେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସାମାଜିକ ପ୍ରତିରକ୍ଷା ସଂସ୍ଥାନର ଡେପୁଟି ଡାଇରେକ୍ଟର ଡକ୍ଟର ଏଚ୍‌.ସି ଶ୍ରୀଧରା ଚନ୍ନାକେଶବା ରଙ୍ଗା ରେଡ୍ଡୀ ଓ ମିଡିଆ ଫୋର୍ କମ୍ୟୁନିଟି ଫାଉଣ୍ଡେସନ୍‌ର ଡ. ଶ୍ରୀଧର ରାମମୂର୍ତ୍ତି, ଭାରତୀ ଚକ୍ର, ଓଡିଶା ରାଜ୍ୟ ମୁଖ୍ୟ, ହେଲପ୍ ଏଜ୍ ଇଣ୍ଡିଆ, ଡ. ଏନ୍‌. ଏ ଶାହ ଅଂସାରି ପ୍ରମୁଖ ଗୁଗୁଲ ମିଟ୍ ଜରିଆରେ ଯୋଗଦାନ କରି ନିଜର ବକ୍ତବ୍ୟ ରଖି ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବାସନ୍ତୀ ବେହେରା, ପ୍ରେରଣା ଦାଶ, ଲୀତା ପ୍ରହରାଜ, ଗୀତା ପ୍ରହରାଜ, ଶର୍ମିଲୀ ପରିଡା, ସାଗର ରାଉତରାୟ, କୁନି ଦେଇ, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ଯୋଗେଶ ଚନ୍ଦ୍ର ନାୟକ, ରାଜେଶ କୁମାର ଦାସ, ସଂଯୁକ୍ତା ରାଣୀ ଦାଶ, ନିରାକାର ଦାଶ, ପଦ୍ମିନୀ ରାଉତ, ବର୍ଷା ସାହୁ, ସମୀର ପରିଡା, ଅଞ୍ଜଳି ନାୟକ, କାର୍ତିକା ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ । ଶେଷରେ ଏନ୍‌.ଆର୍‌.ସି ଡବ୍ଲ୍ୟୁ.ଡିର ସମ୍ପାଦକ ସୁକାନ୍ତ କୁମାର ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ