ଲୋକଙ୍କୁ ମିଳୁନି ପାନୀୟ ଜଳ : ରାସ୍ତାରେ ଭାସୁଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବସୁଧା ଯୋଜନା ମାଧ୍ୟମରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଯେପରି ପାନୀୟ ଜଳ ପାଇପାରିବେ କେହି ମଧ୍ୟ ସେଥିରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମୋହନା ବାସୀ ବହୁ ସମୟରେ ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି । ରାତି ପାହିଲେ ପାଣି ପାଇଁ ବିଭିନ୍ନ ସାହିର ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର  କୋଟି କୋଟି ଟଙ୍କା ବିନିମୟ କରି  କଲେଜ ଛକରେ ପାଣି ଟାଙ୍କି ସ୍ଥାପନ କରିଛନ୍ତି । ହେଲେ ବିଭିନ୍ନ ସାହିର ଲୋକମାନେ ପାଣି ପାଇବାରୁ ବଞ୍ଚିତ। ପାଣି ଟାଙ୍କିର ଓ ପାନୀୟ ଜଳ ଯୋଗାଣର ତଦାରଖ ଅଭାବରୁ ଅନେକ ସ୍ଥାନରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ବିଶୁଦ୍ଧ ପାନୀୟ ଜଳ । ଯେତେବେଳେ ପାଣି ଆସୁଛି ତାହା ମଧ୍ୟ ସିଧା ସଳଖ ନଦୀର ଆବର୍ଜନା ପାଣି ଟାଙ୍କିକୁ ସିଧା ସଳଖ ଯାଇ ଘରୋଇ  ପାଇପ ଯୋଗେ ସଂଯୋଗ ହୋଇ ଛଡା ଯାଉଛି । ଯାହାକି ପିଇବା ପାଇଁ ଅନୁପଯୋଗୀ। ଆବଶ୍ୟକ ମୁତାବକ ଅନୁଯାୟୀ ଲୋକେ ପାଣି ପାଇପାରୁ ନାହାନ୍ତି । କିନ୍ତୁ ପାନୀୟ ଜଳ ଲୋକଙ୍କ ପାଖରେ ନ ପହଞ୍ଚି ପାଇପ ଫାଟି ମୁଖ୍ୟ ରାସ୍ତାରେ ଭାସୁଛି । ଯାହା ଦ୍ୱାରା ରାସ୍ତା ମଧ୍ୟ ଖରାପ ହେବାରେ ଲାଗିଛି। ଆଗକୁ ଖରା ଦିନ ଆସୁଥିବା ବେଳେ ଏବେଠୁ ପାଣିର ସମସ୍ୟା ସ୍ଥାନୀୟ ଅଞ୍ଚଳରେ ଦେଖା ଦେଲାଣି । ପାନୀୟ ଜଳ ଯୋଗାଣ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ