ଈଶାଣେଶ୍ୱର ପୀଠରେ ବୃକ୍ଷ ରୋପଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ବ୍ଲକ୍ ଆଡପଡା ଗ୍ରାମର ଈଶାଣେଶ୍ୱର ମନ୍ଦିର ଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଈଶାଣେଶ୍ୱର ପାଠାଗାର ସଭାପତି ବନମାଳି ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହାଶିବରାତ୍ରି ଉପଲକ୍ଷେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଷ୍ଟେଟ୍ ବ୍ୟାଙ୍କ୍ ଏଜି ଏମ ଶ୍ରୀ ଭବାନୀ ଶଙ୍କର ମହାଙ୍କୁଡ ଏବଂ ସିକିରି ଷ୍ଟେଟ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ସୁବ୍ରତ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ସହ ବିଭିନ୍ନ କିସମର ଚାରା ବଣ୍ଟନ କରି ଲୋକମାନଙ୍କୁ ଦେଶରେ ଅମ୍ଳଜାନ ଅଭାବକୁ ଦୂରେଇବା ପାଇଁ ସମସ୍ତଙ୍କୁ ଗୋଟିଏ ଗୋଟିଏ ଚାରା ରୋପଣ କରିବା ପାଇଁ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଈଶାଣେଶ୍ୱର ମନ୍ଦିର କମିଟି ଚନ୍ଦନ ରାଉତ,ଡାକ ରାଉତ, ଦୀପକ ପ୍ରଧାନ, ମାନସ ରଂଜନ ଜେନା, ଶିବ ଶଙ୍କର ଜେନା, ଜିତୁ ଜେନା, ସୁଧାଂଶୁ ଜେନା, , ରାଜା ଜେନା, ପିଙ୍କୁ ରାଉତ, ଅଶୋକ ଜେନା,ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


