ନବୀନଙ୍କ ସ୍ୱଛ ଶାସନରେ ଯୁବପିଢୀ ଅନୁପ୍ରାଣିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନରେ ଆଜିର ଯୁବ ପିଢୀ ଅନୁପ୍ରାଣିତ ହୋଇ ପଡିଥିବା ଦେଖାଯାଇଛି । ଯେଉଁଥି ପାଇଁ କେନ୍ଦ୍ରାପଡା ପୈାରଞ୍ଚଳର ବିଭିନ୍ନ ୱାର୍ଡରୁ ବହୁ ଯୁବକ ବିଜୁ ଜନତା ଦଳରୁ କାଉନସିଲର ପଦରେ ପ୍ରାର୍ଥୀ ହେବା ପାଇଁ ମନବଳାଇଥିବା ଦେଖାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡା ପୈାରାଞ୍ଚଳର ୫ନମ୍ବର ୱାର୍ଡରୁ ଛାତ୍ର ଜୀବନରୁ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିବା ଯୁବ ଡାକ୍ତର ସୁମିତ କୁମାର ସାହୁ, ୱାର୍ଡ ନମ୍ବର ୧୩ରୁ ସେକ ଅଇନୁଲ, ୱାର୍ଡ ନମ୍ବର ୧୮ରୁ ଉଚ୍ଚଶିକ୍ଷିତ ଯୁବକ ଅଫସର ଶେଖ ଓ ୱାର୍ଡ ନମ୍ବର ୧୯ରୁ ରକ୍ତଦାତା ତଥା ଯୁବ ସମାଜସେବୀ ପ୍ରଭାତରଞ୍ଜନ ଦାସ ପ୍ରମୁଖ । ଏହି ଯୁବକମାନେ ବିଜୁ ଜନତା ଦଳରୁ କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ୱାର୍ଡରୁ କାଉନସିଲର ପ୍ରାର୍ଥୀ ହେବାକୁ ଆବେଦନ କରିଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଡା. ସୁମିତ ରୋଗୀସେବାରେ ନିୟୋଜିତ ଥାଇ ଜନତାଙ୍କ ସେବା ପାଇଁ ମନବଳାଇଥିବା ବେଳେ ‘ସଂଜୀବନୀ’ ଅନୁଷ୍ଠାନ ମାଧ୍ୟମରେ ଏକ ଶହରୁ ଉର୍ଦ୍ଧ୍ୱ ଥର ରକ୍ତଦାନ ଶିବିରର ଆୟୋଜନ କରି ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଭାତରଞ୍ଜନ ଅଛନ୍ତି । ସେହିଭଳି କରୋନା ସମୟରେ ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ ସହ ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିବା ଅଫସର ଓ ଅଇନୁଲଙ୍କ ଭଳି ଯୁବକମାନେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ