ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ : ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-2022 ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ଆଉ 20ଜଣ ପ୍ରାର୍ଥୀ ମନୋନୟନ ପତ୍ରଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା 20 ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ 40 ଜଣ ପ୍ରାର୍ଥୀ କର୍ପୋରେଟର ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ମେୟର ପଦବୀ ପାଇଁ ଆଉ 8 ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ସୁଦ୍ଧା ଏଥିପାଇଁ ମୋଟ 23 ଟି ଫର୍ମ ବିକ୍ରି ହୋଇଛି ।ଆଜି ପ୍ରଥମ କରି ଜଣେ ପ୍ରାର୍ଥୀ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ 581 ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଆଉ 132ଟି ଫର୍ମ ପ୍ରାର୍ଥୀମାନେ ନେଇଛନ୍ତି । ଆଜି ସୁଦ୍ଧା ସର୍ବୋମୋଟ 713 ଟି ଫର୍ମ କର୍ପୋରେଟର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନେଇଛନ୍ତି । ଆଜି ମନୋନୟନ ପତ୍ର ଦାଖଲର 4ର୍ଥ ଦିବସରେ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେମନୋନୟନ ଫର୍ମ ବିକ୍ରି ତଥା ପ୍ରାର୍ଥୀପତ୍ର ଦାଖଲ ବ୍ୟବସ୍ଥାକୁ ଅଧିକ ସୁବ୍ୟସ୍ଥିତ କରାଯାଇଥିଲା ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୋଲିସ୍ ମୁତୟନ ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ