‘ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର’ର ମାସିକ ଆସର “ବସନ୍ତ ଲେଖିଛି ଚିଠି ଫୁଲରେ ଫୁଲରେ “

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ଉପସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କବିତା ଆସର ଓ ସାରସ୍ବତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ର ଆବାହକ ମନୋଜ ଦାସ ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ନେପାଳ ଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ ,ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ସଂଯୋଜକ ତଥା ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଓ ଦିଗନ୍ତ ବିଷୟରେ ଆଲୋଚନା କରିବା ସହ କବି ଓ କବୟତ୍ରୀ ମାନଙ୍କ ସୃଜନଶୀଳତାକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଅତିଥି ମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ବାଦ ସାହିତ୍ୟଘର ସାରା ଓଡ଼ିଶାରେ ସମ୍ପର୍କ ଓ ସୃଜନୀର ସେତୁ ପାଲଟିଛି ବୋଲି ଉଲ୍ଲେଖ କରିଥିଲେ ।ସମ୍ବାଦ ସାହିତ୍ୟଘରର ସମ୍ପାଦକ ଡଃ ଦିଗମ୍ବର ଗିରି ବିବରଣୀ ପାଠ ସହିତ ବସନ୍ତ ପ୍ରତିଟି ପ୍ରାଣରେ ଆନନ୍ଦମୟ ମହକ ବୁଣୁ ବୋଲି ଆଶା ବ୍ୟକ୍ତ କରିଥିଲେ । ସାରସ୍ୱତ ସାଧକ ରଞ୍ଜନ କୁମାର ନନ୍ଦ ସ୍ୱାଗତଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । “ବସନ୍ତ ଲେଖିଛି ଚିଠି ଫୁଲରେ ଫୁଲରେ” ଶୀର୍ଷକରେ ଆୟୋଜିତ କବିତା ପାଠୋଉତ୍ସବରେ ରଞ୍ଜନ କୁମାର ନନ୍ଦ ଓ ଡଃ ଦିଗମ୍ବର ଗିରି ଙ୍କ ମନଛୁଆଁ ସଂଯୋଜନା ମାଧ୍ୟମରେ କବି ତିମିର ରଞ୍ଜନ ପଣ୍ଡା,ଜଗନ୍ନାଥ ବଳ,ଲାଲମୋହନ ମାଝୀ, ଗୋପାଳକୃଷ୍ଣ ମହାନ୍ତି, ମାନସ ରଞ୍ଜନ ପରିଡା ,ଜି.ଏସ୍ .ରଜତ ଦଳେଇ, ପ୍ରଶ୍ନ ଶତପଥି, ରଞ୍ଜନ କୁମାର ନନ୍ଦ,ଦିଗମ୍ବର ଗିରି ,ବିଜୟ କୁମାର ରାମ, ତୁଷାର କାନ୍ତ ମହାନ୍ତ, କବୟତ୍ରୀ ମମତା ପାତ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଆସରେ ପଠିତ ସମସ୍ତ କବିତା ଗୁଡିକର ସମୀକ୍ଷା କରାଯାଇ କବି ରଞ୍ଜନ କୁମାର ନନ୍ଦଙ୍କ କବିତା “ଅଦିନ ଫଗୁଣ” କୁଶ୍ରେଷ୍ଠ କବିତା ରୂପେ ବିଚାର କରାଯାଇ ତାଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା । କାର‌୍ୟ୍ୟକ୍ରମ ଶେଷରେ ବିଜୟ କୁମାର ରାମ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ