ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ରେଣୁ ଗୌଡ଼

କୋଦଳା (ଗୁଲସନ୍ କୁମାର କର) :ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଅଧକ୍ଷା ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ବଡଖଇରଖମା ସମିତି ସଭ୍ୟା ରେଣୁ ଗୌଡ଼ । ଶନିବାର ଦିନ ବ୍ଲକ ପରିସରରେ ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏହି ବ୍ଲକ ର 23 ପଂଚାୟତର ସମସ୍ତ ସମିତି ସଭ୍ୟ ଉପସ୍ଥିତ ରହି ଥିଲେ । ଜଣେ ମାତ୍ର ରେଣୁ ଗୌଡ଼ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଣୁ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ପ୍ରକାଶ ଥାଉ କି ରେଣୁ 2012 ରୁ 2017 ପର୍ଯ୍ୟନ୍ତ ସମିତିସଭ୍ୟ ହୋଇ ଥିଲା ବେଳେ ରେଣୁଙ୍କ ବାପା ତ୍ରିନାଥ ଗୌଡ଼ ବେଗୁନିଆପଡ଼ା ର ପୂର୍ବତନ ସରପଞ୍ଚ ଅଟନ୍ତି । ଏଥି ପାଇଁ କବିସୁର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭା ଯାତ୍ରାରେ ରେଣୁଙ୍କୁ ସ୍ୱାଗତ କରିବା ସହ ନବୀନ ବାବୁଙ୍କୁ ଏବଂ ବେଗୁନିଆପଡ଼ା ବ୍ଲକର ଜନସାଧାରଣ ଙ୍କୁ ଧନ୍ୟଵାଦ ଅର୍ପଣ କରିଥିଲେ । ରେଣୁ ଏଥି ପାଇଁ ନବୀନ ବାବୁ ଓ ବିଧାୟିକା ଙ୍କୁ ଶ୍ରେୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ