କରଞ୍ଜିଆରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :ସ୍ୱେଚ୍ଛାସେବୀ ସଙ୍ଗଠନ ‘ଯୁବ ଓଡ଼ିଶା’ ଓ ଅଟଳ ଯୁବଶକ୍ତିର ମିଳିତ ସହଯୋଗରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର କରଞ୍ଜିଆ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ନିଗମ ମଲ୍ଟି ସ୍ପେଶାଲିଟି ହସପିଟାଲର ସହାୟତାରେ ଆୟୋଜିତ ଏହି ଶିବିରରେ ଅସ୍ଥିଶଲ୍ୟ, ଭେଷଜ, ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁରୋଗ ବିଶେଷଜ୍ଞମାନେ ଯୋଗଦେଇ ଶିବିରରେ ଉପସ୍ଥିତ କରଞ୍ଜିଆ ସମେତ ସମେତ ଆଖପାଖ ପଞ୍ଚାୟତର ରୋଗୀଙ୍କୁ ପରୀକ୍ଷା ସହ ଔଷଧ ଓ ପରାମର୍ଶ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏହିଭଳି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଜିଲାର ପ୍ରତ୍ୟେକ ପଞ୍ଚାୟତ ସମେତ ସମସ୍ତ ପୌରାଞ୍ଚଳରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଯୁବ ଓଡ଼ିଶା ସଙ୍ଗଠନର ସଭାପତି ଉପେନ୍ଦ୍ର ଭଞ୍ଜ ସୂଚନା ଦେଇଛନ୍ତି । ବିକାଶ ପାଢ଼ୀ, ନିକୁଞ୍ଜ ଆଚାର୍ଯ୍ୟ, ସରୋଜ ନାୟକ, ଶେଖ ୟୁନୁସ, ଅରୂପ ଜେନା, ରଞ୍ଜନ ଦାସ, ଯୋଗେଶ୍ୱର ଭଞ୍ଜ, ରତିକାନ୍ତ ନାୟକ ପ୍ରମୁଖ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ