ରୋଗୀ ଡାକ୍ତର ହାତାହାତି : ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ମାଡ଼ ମାରିଲେ ଡାକ୍ତର
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡିରୁ ଆସିଲା ଏକ ଅଭାବନୀୟ ଘଟଣା । ଡାକ୍ତରଖାନାରେ ରୋଗୀ ଡାକ୍ତର ହାତାହାତି ହୋଇଛନ୍ତି । ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଜଣେ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଗତକାଲି ରାତିରେ ଡ୍ୟୁଟିରେ ଥିଲେ ଡାକ୍ତର ଶୈଳେଶ କୁମାର ଦୋରା ।ଚିକିତ୍ସା ପାଇଁ ଆସିଥିବା ଧର୍ମଗଡ଼ ବସ୍ତିପଡ଼ାର ଜଣେ ରୋଗୀଙ୍କ ସହ କୌଣସି କାରଣରୁ କଥା କଟାକଟି ହୋଇଥିଲା । ଏହା ପରେ ଡାକ୍ତର ଜଣଙ୍କ ରୋଗୀଙ୍କୁ ମାଡ ମାରିଥିବା ଜଣାପଡ଼ିଛି । ଡାକ୍ତରଙ୍କ ଆକ୍ରମଣ ପରେ ରୋଗୀ ମଧ୍ୟ ଡାକ୍ତରଙ୍କ ଉପରେ ପାଲଟା ଆତ୍ରମଣ କରିଥିବା ଦେଖିବାକୁ ମିଳିଛି । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।


